STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅଗ୍ର ପୂଜ୍ୟ ଶ୍ରୀ ଗଣେଶ

ଅଗ୍ର ପୂଜ୍ୟ ଶ୍ରୀ ଗଣେଶ

1 min
169



ତୁମେ ଅଗ୍ର ପୂଜ୍ୟ ହେ ଗଣ ନାଥ

      ଦୟା କର ମୁଁ ଏକ ଅନାଥ

ଆହେ ବିଘ୍ନ ରାଜ ଆହେ ଲମ୍ବୋଦର

      ତୁମ ନାମ ନେଲେ ଦୁଃଖ ହୁଏ ଦୂର

ସିନ୍ଦୁରାସୁରକୁ ତୁମେ ମାରିଲ

     ତୁମ ବଦନରେ ସିନ୍ଦୁର ନାଇଲ

ତୁମ ନାମ ନେଲେ ବିଘ୍ନ ହୁଏ ଦୂର

    ଜୟ ଅଗ୍ର ପୂଜ୍ୟ ଜୟ ଗଣେଶ୍ୱର

ପାର୍ବତୀଙ୍କ ପ୍ରିୟ ପୁତ୍ର ହୋଇଲ

    ଅଗ୍ର ପୂଜ୍ୟ ହୋଇ ପୂଜା ପାଇଲ

ଭାଦ୍ରବ ମାସ ଚତୁର୍ଥୀ ତିଥିରେ 

    ତୁମ ପୂଜା ହୁଏ ସର୍ବ ଘରେ ଘରେ

ମୂଷିକ ବାହନରେ ତୁମେ ବସିଅଛ

    ବିଦ୍ୟା ବୁଦ୍ଧିକୁ ତୁମେ ଦେଉଅଛ

କୋଟି ସୂର୍ଯ୍ୟ ତେଜ ତୁମ ମୁଖେ ଥାଏ

    ପାଶ ଅଙ୍କୁଶ ତୁମ ହସ୍ତେ ଶୋଭା ପାଏ

ସକଳ କଷ୍ଟରୁ କରିବ ହେ ଦୂର

    ବିନାୟକ ଘେନ ଗୁହାରି ମୋର

ତୁମରି ପାଦ ପଦ୍ମେ କରୁଛି ଅର୍ଚ୍ଚନା

     ଶ୍ରୀ ଗଣେଶ ନାମକୁ କରୁଛି ପ୍ରାର୍ଥନା।

  



Rate this content
Log in

Similar oriya poem from Inspirational