Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଅଗିରା ପୂର୍ଣ୍ଣମୀ

ଅଗିରା ପୂର୍ଣ୍ଣମୀ

1 min
6



ଉତ୍କଳ ମାଟିରେ ପରବପର୍ବାଣି

ପ୍ରତି ଅଗଣାର ସାଜେ ବିଭବ

ଗୋଟେ ପରେ ଗୋଟେ ଝୁଲିଝୁଲି ଆସେ

ମାଘ ପୂର୍ଣ୍ଣିମାରେ ଅଗ୍ନି ଉତ୍ସବ ।


ସ୍ଥିରୀକୃତ ଥିବା ଗୋଟିଏ ସ୍ଥାନରେ

ଗାଁ ଲୋକମାନେ ମିଳିତ ହୋଇ

ଅଗି ତିଆରନ୍ତି ଛଣ, ଅଗିରାରେ

ଅଗିରା ପୂର୍ଣ୍ଣମୀ ନାମଟି କହି ।


ବ୍ରାହ୍ମଣ ହସ୍ତରେ ବିଧିବିଧାନରେ

ଅର୍ପି ପୂଜାକର୍ମେ ଦୀପ, ନୈବେଦ୍ୟ 

ଜଳାଇ ଅଗ୍ନିକୁ ନିଅନ୍ତି ସରବେ 

ବାଇଗଣ ପୋଡ଼ିବାର ଆନନ୍ଦ ।


ସତେ କି ଅଗ୍ନିରେ ହୋଇଯାଏ ଦାହ

ଯେତେ କୁଭାବନା ସକଳ ମନୁ

ବିଞ୍ଚି ଦେଇଥାନ୍ତି ଅଗି ପାଉଁଶକୁ

ନିଜ ନିଜ ଗୃହ ଅଗଣା ତନୁ ।


ଅଗି ବାଇଗଣ ଖାଇନ୍ତି ଖୁସିରେ 

ପ୍ରତି ପରିବାର ବିନା ଲୁଣରେ

କାଛୁ କି କୁଣ୍ଡିଆ ଦେହଠାରୁ ଦୂର

ବିଶ୍ବାସ ରହିଛି ପରା ମନରେ ।


ଗାଆଁ ଝିଅମାନେ ଅଗି ପହଁରନ୍ତି

ସିନ୍ଦୂରା ଫାଟିବା ପୂର୍ବରୁ ମିଶି 

ଲିପାଲିପି ସାରି ନଦୀ, ସରସୀରେ 

ସ୍ନାନ ପରେ ଅଗି ପୂଜାର ଖୁସି ।


ଯୋରନ୍ଦା ମେଳାରେ ଭକ୍ତ ସମାଗମ

ଭାବଭକ୍ତି ରସ ପଡେ ଉଛୁଳି

ମହିମା ଧର୍ମର ସନ୍ନ୍ୟାସୀଏ ମୁଖେ

ଥାନ୍ତି ଅଲେଖ ନିରଞ୍ଜନ ବୋଳି ।


ଜଗତର ନାଥ ଆମ ଜଗନ୍ନାଥ

ପାଳି ନାନା ପର୍ବ ମହକୁଥାଇ 

ଆମର ପରବ ଅଖଣ୍ଡ ଗୌରବ

ଗରିମାକୁ ନିତି ଥାଏ ବଢ଼ାଇ ।।


Rate this content
Log in

Similar oriya poem from Inspirational