STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ଅଦୃଷ୍ଟାର୍ଥ

ଅଦୃଷ୍ଟାର୍ଥ

1 min
13.6K


 ଶବ୍ଦସ୍ୱର ପାଉଁଶ ତଳର ନିଆଁ;

କେବଳ ଆବଶ୍ୟକ ଥାଏ ଟିକିଏ ଫୁଙ୍କା

ଶୀତଳ ହେଉ ପଛେ ସରାଗର;

ପ୍ରଖର ହେଉ ପଛେ ଜୀବନର

ସବୁ ଏମିତି ଅଜାଡ଼ି ହୋଇ ପଡ଼େ

ଆଦରର ପସାରି ହୋଇ ରହିଥିବା ପଣତରେ

ସବୁ ଶବ୍ଦ ମନ ଗହନ ଆଉ ସବୁ କବିତା

ଏକ ସୁନ୍ଦର ଗାଁ ଚାଳ ଘର

ସବୁ ଧାଡ଼ି ସନ୍ଧ୍ୟାର ଦୀପ ଆଉ ସବୁ ପଦ

ତେଲଘିଅରେ ଚହଲୁଥିବା ସଳିତା

ଦିଅ ମନର ସେଇ ଗ୍ରନ୍ଥୀ ସବୁ ଖୋଲି ଦିଅ

ଆଘ୍ରାଣ କର ପଦପଦ ଶବ୍ଦର ମହକ

ଶୁଣ ସ୍ପନ୍ଦନ ପ୍ରତିଟି ଶୂନ୍ୟର ଯେଉଁଠି ଶବ୍ଦ ନଥାଏ

ହେଲେ ଶବ୍ଦର ଗୁଣବତ୍ତାକୁ ସ୍ୱର୍ଗୀୟ କରେ

ଏଇତ ଭାବବୋଧ ସ୍ୱର୍ଗୀୟ

ମନର କେଉଁ କୋଣ ଅନୁକୋଣରୁ

ବାହାରି ଆସନ୍ତି ଅତଡ଼ା ପରି

ଏଣୁ’ତ ଗାରେଇ ଚାଲିଛି ପଦପଦ ଅଦୃଷ୍ଟାର୍ଥ…!

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational