ଅଦୃଶ୍ୟ ପ୍ରେମିକା
ଅଦୃଶ୍ୟ ପ୍ରେମିକା
ଦେଖିନି ତୁମକୁ ଏଯାଏଁ ମୋ ଆଖି
ଅଦୃଶ୍ୟ ପ୍ରେମିକା ମୋର
ସପନର ଆସି ଆଉଁସି ଦେଉଚ
ନିଦ୍ରା ଭାଜେ ବାରମ୍ବାର ।
କହୁଛି ଯେବେ ମୁଁ କାହା ଆଗେ ଯାଇ
କୁହନ୍ତି ପାଗଳ ମୋତେ
ଦେଖିବାକୁ ପ୍ରିୟା ତୁମରି ଚେହେରା
ନିଇତି ଝୁରୁଛି କେତେ ।
ତୁମ ସ୍ପର୍ଶ ପାଇ ଅଧିର ଏ ମନ
ପ୍ରତି କ୍ଷଣ ଜଳି ମରେ
ସତରେ କେବେ ଆସିବ କହି ଯାଅ
ଅପେକ୍ଷାକୁ ମୁହିଁ ଡରେ ।
କାହିଁକି ଆସୁଛ ରାତ୍ରିର ଅନ୍ଧାରେ
ଆସ ଥରେ ଦିବସରେ
ଦେଖିବି ତୁମରି ରୂପ ମାଧୁରିକୁ
ପ୍ରିତିଭରା ପୁଳକରେ ।
ଖୁସିର ସହରେ ଘରଟେ ତୋଳିବି
ହେଉଥିବା ଆତଯାତ
ସଜାଇ ରଖିବି ପ୍ରୀତିର ସାଗର
ସରଗର ପାରିଜାତ ।

