STORYMIRROR

Soumya Shubhadarshinee

Fantasy Others

3  

Soumya Shubhadarshinee

Fantasy Others

ଅଦମନୀୟ

ଅଦମନୀୟ

1 min
238


ଶୀତ ହେଲେ ମନେପଡୁ ତୁ

ଆଉ 

ବହଳ ଶୀତ ରାତିର 

ଚାଦର ପରି ତୋ ଉଷ୍ମତା,


ଅସରନ୍ତି ଶୀତ ରାତି ପରି

 ତୋ ପ୍ରୀତି ସିକ୍ତ ଅସ୍ମିତା,,



ସେ ସକାଳର ଧୂମାଭ

  ଚାହା କପର ଚମକ,


ତା' ସହ ମିଠା ମିଠା

 କୋଲ୍ଡ଼ କ୍ରିମର ମହକ,,

 


ତୋ ହାତ ତିଆରି 

  ଆରିଶା ପିଠାର ମୋହ,


ସେଇ ରୋଷେଇ ଘରେ

  ନିଆଁ ପୁଆଁ ତୋ ସହ,,



କାର୍ତ୍ତିକରେ ହବିଷ ବିଧି

 ମୁରୁଜ ଲେଖା ସକାଳୁ ବସି,


ବାଲିଯାତ୍ରା ପଡ଼ିଆର 

  ଦୋଳି ଝୁଲା ହସଖୁସି ,,



ଲକ୍ଷ୍ମୀ ପୂଜା ଘର ସଜା

  ଝୋଟି ଚିତା ପଦ୍ମ ଅଙ୍କା,


ସେ ହାତ ଗଢ଼ା ମଣ୍ଡା ପାଇଁ

  ମୋ ମନ ଆଜିବି ରଙ୍କା,



ତୁ ଏମିତି ସବୁବେଳେ 

 ଥାଉ ପୁଣି ନଥାଉ ହେଲେ,


ମନ ମୋର ଝୁରୁଥାଏ

 ସହରକୁ ଶୀତ ଆସିଲେ,,



କେତେ ଅଦମନୀୟ ସତେ

   ଶୀତ ସହ ତୋର ସ୍ମୃତି,


ହୃଦୟ କୋଣେ ଅନୁକୋଣେ

  ଶୁଣାଏ ଆମ ମଧୁ ଗୀତି,,

 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy