STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଅଧୁନା ଯୁଗରେ ରଜ ଉତ୍ସବ

ଅଧୁନା ଯୁଗରେ ରଜ ଉତ୍ସବ

1 min
337


ଅଛି ସେହି ରଜ ଅଛି ସଜବାଜ

ହେଉଛି ବି ପୋଡପିଠା

ଅଛି ସେହି ଦୋଳି ତାସ ବାଗୁଡ଼ି ଖେଳି

ଭାଇଚାରାର ପ୍ରୀତି ଅଠା

ଅଛି ସେ ଅଳତା କୁଙ୍କୁମ କଜ୍ଜ୍ୱଳ

ପିନ୍ଧନ୍ତି ଝିଅ ବୋହୁ ମଠା

ଅଛି ରଜଗୀତ ମୌସୁମୀ ବାଟ ଭୁଲିନି

ନାହିଁ ସେ ଢ଼ିଙ୍କି କୁଟା ପିଠା

ବରଷା ଆସିଛି ମାଟି ମାଆ ପର୍ବ ହେଉଛି

ରଜରେ ଖିଲିପାନ ସିଠା

ଅଛି ସେ ମଉଜ ଆସିଲେ ରଜ ହୋଇ ସଜ

ଗୁଆଖୋଳପା ବଦଳେ ଚପଲ ଛଟା

ଯୁଗ ଆନୁଯାଇ ପ୍ରଥା ବଦଳୁଥାଇ କେତେ 

ଇଣ୍ଟରନେଟ ଯୁଗର ଜୁଆର ଭଟ୍ଟା

ଭୁଲିନାହିଁ ଏ ମଣିଷ ଜାତି ଭାବ ସ୍ନେହ ପ୍ରୀତି

କୃଷି ଭିତ୍ତିକ ପରବ ଆରିସା କାକେରା ପିଠା

ଅଛି ରଜଦୋଳି ଦିଆନିଆ ଥାଳି ଡକାହକା ମେଳି

ନଡ଼ିଆ ଲଢେଇ ନଈପଠାରେ ଗୋଟା ଗୋଟା

ପାଳଭୁତ ବନି ଯୁବକ କେହି କେହି ମଜ୍ଜାରେ ମଜ୍ଜାରେ

ଭାବ ବିନିମୟ ଥଟ୍ଟା ପରିହାସ ମିଠା

ଗଲେଣି କେ କେତେ ଆସନ୍ତି ନୂଆ ପିଢ଼ି ଯେତେ

ପୂରୁବ ସଂସ୍କୃତି ପରମ୍ପରା ସିଠା

ସବୁ ଅଛି କିଛି ବଦଳୁଛି ଏତ ଦୁନିଆଁଦାରୀ

ଭାବ ପୀରତି ସେନେହ କହିଲେ କି ହେବ ଉଠା

ଗୁରୁ ଚେଲା ଦୁହେଁ କୁହନ୍ତି ପକା କମଳ ପୋତ ଛତା

ଖାଇବା ରଜ ଗଇଁଠା ପିଠା ।


Rate this content
Log in

Similar oriya poem from Abstract