ଅଧୁନା ଯୁଗରେ ରଜ ଉତ୍ସବ
ଅଧୁନା ଯୁଗରେ ରଜ ଉତ୍ସବ
ଅଛି ସେହି ରଜ ଅଛି ସଜବାଜ
ହେଉଛି ବି ପୋଡପିଠା
ଅଛି ସେହି ଦୋଳି ତାସ ବାଗୁଡ଼ି ଖେଳି
ଭାଇଚାରାର ପ୍ରୀତି ଅଠା
ଅଛି ସେ ଅଳତା କୁଙ୍କୁମ କଜ୍ଜ୍ୱଳ
ପିନ୍ଧନ୍ତି ଝିଅ ବୋହୁ ମଠା
ଅଛି ରଜଗୀତ ମୌସୁମୀ ବାଟ ଭୁଲିନି
ନାହିଁ ସେ ଢ଼ିଙ୍କି କୁଟା ପିଠା
ବରଷା ଆସିଛି ମାଟି ମାଆ ପର୍ବ ହେଉଛି
ରଜରେ ଖିଲିପାନ ସିଠା
ଅଛି ସେ ମଉଜ ଆସିଲେ ରଜ ହୋଇ ସଜ
ଗୁଆଖୋଳପା ବଦଳେ ଚପଲ ଛଟା
ଯୁଗ ଆନୁଯାଇ ପ୍ରଥା ବଦଳୁଥାଇ କେତେ
ଇଣ୍ଟରନେଟ ଯୁଗର ଜୁଆର ଭଟ୍ଟା
ଭୁଲିନାହିଁ ଏ ମଣିଷ ଜାତି ଭାବ ସ୍ନେହ ପ୍ରୀତି
କୃଷି ଭିତ୍ତିକ ପରବ ଆରିସା କାକେରା ପିଠା
ଅଛି ରଜଦୋଳି ଦିଆନିଆ ଥାଳି ଡକାହକା ମେଳି
ନଡ଼ିଆ ଲଢେଇ ନଈପଠାରେ ଗୋଟା ଗୋଟା
ପାଳଭୁତ ବନି ଯୁବକ କେହି କେହି ମଜ୍ଜାରେ ମଜ୍ଜାରେ
ଭାବ ବିନିମୟ ଥଟ୍ଟା ପରିହାସ ମିଠା
ଗଲେଣି କେ କେତେ ଆସନ୍ତି ନୂଆ ପିଢ଼ି ଯେତେ
ପୂରୁବ ସଂସ୍କୃତି ପରମ୍ପରା ସିଠା
ସବୁ ଅଛି କିଛି ବଦଳୁଛି ଏତ ଦୁନିଆଁଦାରୀ
ଭାବ ପୀରତି ସେନେହ କହିଲେ କି ହେବ ଉଠା
ଗୁରୁ ଚେଲା ଦୁହେଁ କୁହନ୍ତି ପକା କମଳ ପୋତ ଛତା
ଖାଇବା ରଜ ଗଇଁଠା ପିଠା ।
