ଅଧିବର୍ଷ
ଅଧିବର୍ଷ
ସଦା ଗତିଶୀଳ ସମୟର ଗତି
ଚାଲିଥାଏ ଅବିରତ,
ପଥିବୀ ଘୁରୁଛି ସୂର୍ଯ୍ୟ ଚତୁଃପାର୍ଶ୍ଵେ
ହେଉଛି ଦିବସ ରାତ୍ର।
ଦିନ ପରେ ଦିନ ପୁଣି ମାସ ବର୍ଷ
ସମୟ ଅନୁକ୍ରମରେ,
ଶୀତ, ବର୍ଷା, ଖରା ଋତୁ ନିୟମିତ
ହୋଇଥାଏ ଏ ଧରାରେ।
ସୈାର ଜଗତର ପୃଥିବୀ ଗ୍ରହରେ
ସମ୍ଭବ ଯେ ବସବାସ,
ନଟୁ ପରି ସଦା ବୁଲୁଥାଏ ସିଏ
ନିଜ ଅକ୍ଷରେ ଅବଶ୍ୟ।
ଥରେ ଘୁରି ଗଲେ ଏକ ଦିନ ହୁଏ
ଆବର୍ତ୍ତନ ଗତି ପାଇଁ,
ଏ ଘୁର୍ଣ୍ଣନ ଗତି ଋତୁ ବଦଳାଏ
ପରିକ୍ରମା ଚାଲିଥାଇ।
ଯେଉଁ ଗୋଲାର୍ଦ୍ଧଟି ରହେ ସୂର୍ଯ୍ୟ ପଟେ
 
; ସେଠାରେ ଗ୍ରୀଷ୍ମ କାଳ,
ଅନ୍ୟପଟ ରହେ ସୂର୍ଯ୍ୟ ଠାରୁ ଦୂରେ
ରହିଥାଏ ତ ଶୀତଳ।
ତିନିଶ ପଂଷଠି ଛଅ ଘଣ୍ଟା ଲାଗେ
ଏକ ବର୍ଷ ପରିକ୍ରମା,
ବଳକା ଛ'ଘଣ୍ଟା ଚାରି ବରଷରେ
ଏକ ଦିନ ତାର ସୀମା।
ସବୁଠାରୁ ସାନ ମାସରେ ମିଶଇ
ନାମ ତାର ଅଧିବର୍ଷ,
ସେହି ବର୍ଷ ହୁଏ ଅଣତିରିଶିଆ
ସାନ ଫେବୃଆରୀ ମାସ।
ଯେଉଁ ବରଷଟି ଚାରିରେ ବିଭାଜ୍ୟ
ଶୂନ ରହେ ଭାଗ ଶେଷ,
ସେହି ବରଷଟି ଗଣନା କ୍ରମରେ
ହୋଇଥାଏ ଅଧିବର୍ଷ।
ବିଜ୍ଞାନ ସମ୍ମତ ମାନେ ଜ୍ୟୋର୍ତିଶାସ୍ତ୍ର
ଚମତ୍କାରୀ କଥାଟିକୁ,
ଅଧିବର୍ଷ ରୂପେ ପ୍ରତି ଚାରି ବର୍ଷେ
ଆସଇ ଧରା ପୃଷ୍ଠକୁ ।।