STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

କବିତା

କବିତା

1 min
282

ଖିଆଲି ମନରୁ ସୃଷ୍ଟି କବିତା

ଉଦାସୀ ଅପରାହ୍ନର ଅଭିପ୍ସା

ଅଳସୀ ସକାଳର

ଶୁଭ୍ର ପାଖୁଡ଼ାରୁ ସୃଷ୍ଟି କବିତା

ନିଝୁମ୍ ରାତ୍ରିର ନିସ୍ତବ୍ଧତା

ଯନ୍ତ୍ରଣାର ନିର୍ଝରିଣୀ କବିତା

ଚଞ୍ଚଳ  ଭାବୁକତାର

ସ୍ଥିତି କବିତା

ଝରକା ଫାଙ୍କରେ ଦୃଷ୍ଟି ନିକ୍ଷେପ

ଦୂର ଦିଗବୟଳରୁ ଆଶାୟୀ ଆଗନ୍ତୁକ

ବିରହିଣୀ ପ୍ରେମିକାର ପ୍ରତୀକ୍ଷା

ମନର ଉଲ୍ଲସିତ ଭାବନା କବିତା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract