STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ବନ୍ଧୁତା

ବନ୍ଧୁତା

1 min
11.9K

 ରକ୍ତର ସମ୍ପର୍କ ଠାରୁ ଅଟେ ବଡ଼

     ସମ୍ପର୍କ ଯେ ବନ୍ଧୁତାର

ପ୍ରକୃତ ବନ୍ଧୁ ଯେ ବୁଝି ପାରେ ସିଏ

   ସୁଖ ଦୁଃଖ ଅନ୍ତର ର ।


ଅବାଟରେ ବାଟ କଢ଼େଇ ନିଏ ଯେ

 କାନ୍ଧେ ଦେଇ ନିଜ ହାତ

ବିପଦେ ସମ୍ପଦେ ଛାଡ଼ି ଯାଏ ନାହିଁ 

   ସାହା ହୁଏ ଅବିରତ ।


ବନ୍ଧୁତା ବୁଝେନି ଅବା ଖୋଜେ ନାହିଁ

  ଜାତିଭେଦ ବଡ଼ ସାନ

ପ୍ରକୃତ ବନ୍ଧୁ ଟି ଅଟଇ ଯେ ସେହି

    ଦୂରେ ଥାଇ ବୁଝେ ମନ।


ବନ୍ଧୁତା ଲୋଡେନି ପ୍ରୀତି ଉପହାର

   ମାନ ଅବା ଅଭିମାନ

 ଟିକିଏ ଭରସା ଆଶା ବିଶ୍ବାସ ହିଁ

   ବନ୍ଧୁକୁ କରେ ମହାନ ।


 ଦରଦୀ ବନ୍ଧୁଟେ ପାଖେ ରହିଥିଲେ

   ଦୁଃଖ ହୋଇଯାଏ ଦୂର 

 ସେହି ସୁଖେ ହଜି ଦିନ ଯାଏ ବିତି

  ଜୀବନ ଲାଗେ ସୁନ୍ଦର ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract