STORYMIRROR

Pratima Panda

Abstract

3  

Pratima Panda

Abstract

ମୋହ ତୁଟାଅ

ମୋହ ତୁଟାଅ

1 min
11.8K

କାହିଁକି ଆମନ୍ତ୍ରଣ କର ମତେ

ହେ ମୁର୍ଖ ମଣିଷ

ମୁଁ ତ ଖୋଲାଖୋଲି ଭାବେ କହିଦିଏ

ମୋ ସହଚର୍ଯ୍ୟ ତୁମ ପାଇଁ କ୍ଷତିକାରକ

ଶୁଭ୍ର ହେଲେବି ମୋ ବେଶଭୁଷା

ମୁଁ ହି ପିନ୍ଧାଇବି ତୁମକୁ

କଳଙ୍କର ଟିକା

ତୁମେ କଣ ଜାଣିନା

ଟିକେ ଚୂଳି ଧୂଆଁ ରେ

ଆଖିରେ କେତେ ହୁଏ ଯନ୍ତ୍ରଣା

କଣ ଭାବିଛ ନୀଳକଣ୍ଠ ସାଜି

ମୋ ବିଷାକ୍ତ ଧୂଆଁ ପିଇ ବର୍ତ୍ତିଯିବ

ବରଂ ତୁମ ଜୀବନ ଯୌବନ 

ସଂପର୍କ ଆଉ ଅମୂଲ୍ୟ ସମୟ

ମୋ ଧୂଆଁ ର ସ୍ପର୍ଶ ରେ

ଧୂଳିସାତ୍  ହେବା  ଆଗରୁ

ମୁହଁ ମୋଡିଦିଅ ମୋ ମୋହରୁ

ପଡିରହିବାକୁ ଦିଅ ମତେ

କୋଉ ପାନ ଦୋକାନର

ଥାକର ଉପରି ଭାଗରେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract