STORYMIRROR

Satyaprakash Sethy, M. A(UGC NET)

Abstract Others

3  

Satyaprakash Sethy, M. A(UGC NET)

Abstract Others

ସତ୍ୟବାନ

ସତ୍ୟବାନ

1 min
11.7K

ପତିକୁ ଦେଉ ତୁ ଖଡୁ ଭୂଷା କେତେ

ନୂଆ ଶାଢୀ ସଙ୍ଖା ପାଇଁ

ଆଜି କିନ୍ତୁ ରଖି ଅଛୁ ଓଷା ବ୍ରତ

ଖାଇବୁ ଉଖୁଡା ଖଇ।।


ବ୍ରତ ପରେ ପୁଣି ଧୂଆଇବୁ ମୋତେ

ଅଇଁଠା ବାସନ କେତେ

ଥାଉ ତୋ ମୁଣ୍ଡିଆ ରଖିଥା ତୋ ପାଶେ

ଲୋଡ଼ା ନାହିଁ ମୋର ଏତେ।।


ଛାଞ୍ଚୁଣୀ ପାହାର ଖାଇ ଖାଇ ପରା 

ଛନକା ପଶୁଛି ଯେତେ

ପାରିବିନି ଆଉ ସାବିତ୍ରୀ ତୋହର

ଜାଳା ସହିଲିଣି କେତେ।।


ଆଉ କାହା ସଙ୍ଗେ ପଳେଇବି ଏବେ

ପାଇବୁନି ଖୋଜି ମୋଟେ

ଭାବିଛୁ କ'ଣ ଯେ ମିଳିବନି ମୋତେ 

ଏମିତି ସାବିତ୍ରୀ ଗୋଟେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract