Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Others

3  

Jayashree Maharana

Abstract Others

ବିଶ୍ୱ ହେଜୁ ଆମ ଦାନ

ବିଶ୍ୱ ହେଜୁ ଆମ ଦାନ

1 min
11.7K


ଟେଲିଫୋନ- ହୋଇପାରେ ମୁହିଁ ବୃଦ୍ଧ ଅସହାୟ

         ମୋ'ଠାରୁ ତୋହର ଜାତ

         ଏତେ ତୁ ବଡେଇ ଦେଖାଉଛୁ କାହିଁ

         ଗରବେ ହସୁଛୁ ନିତ୍ୟ ।


ମୋବାଇଲି - ଅଧୁନା ତୋହର ଚାହିଦା କମିଛି

        ସ୍ଥାନରୁ ପାରୁନୁ ଘୁଞ୍ଚି

        ଆଦର ପାଉଛି ସଂସାରେ ମୁଁ ଖାଲି

        ସମୟ ଵିତୁଛି ନାଚି ।


ଟେଲିଫୋନ-ତୋ ଜନ୍ମ ପୂର୍ବରୁ ଜନ ଉପକାରେ

         ବିତିଛି ମୋହର ଦିନ

        ଭିନ୍ନ କାର୍ଯ୍ୟାଳୟ ଶୋଭା ପାଉଅଛି

        କମିନାହିଁ ସନମାନ ।

ମୋବାଇଲି - ମୁଁ ତ ଶୋଭାପାଏ ପ୍ରତ୍ୟେକ ହସ୍ତରେ

         ଏଣେତେଣେ ସବୁଠାରେ

         ନେବା ଆଣିବାରେ ଅସୁବିଧା ନାହିଁ

         ବୁଲୁଅଛି ଆନନ୍ଦରେ ।


ଟେଲିଫୋନ - ହୋଇପାରେ ମୁହିଁ ନିଶ୍ଚଳ ସର୍ବଦା

         ସେବା କରେ ହୃଦୟରୁ

        ଜନମ ମୋହର ବିଜ୍ଞାନ ଜ୍ଞାନରୁ

         ମନୁଷ୍ୟର ଦକ୍ଷତାରୁ ।


ମୋବାଇଲି - ସତ ତୁ କହିଲୁ ଆମଠାରୁ ବଡ଼

        ମଣିଷ ବିଜ୍ଞାନ ଜ୍ଞାନ

       ଜନହିତେ ବିତୁ ଆମରି ଜୀବନ

        ବିଶ୍ୱ ହେଜୁ ଆମ ଦାନ ।

         


Rate this content
Log in

Similar oriya poem from Abstract