କମି ଯାଏ ଭୂତଳ ଜଳ
କମି ଯାଏ ଭୂତଳ ଜଳ
କଳକାରଖାନା ବଢି ଚାଲିଅଛି
ଦୁନିଆଁ ଭିଡ ଭିତରେ,
ଆଧୁନିକତାର ସଭ୍ଯତା ଭିତରେ
ସ୍ବଛ୍ଛତା କିଏ ପଚାରେ ।
କଳକାରଖାନା ଦୂଷିତ ଜଳରେ
ଜଳ ହୁଏ ପ୍ରଦୁଷଣ,
ଯେଉଁ ଜଳ ଆମ ପାଇଁ ଯେ ଜୀବନ
ମୃତ୍ୟୁ ର ଆଜି କାରଣ।
ଦୂଷିତ ଜଳର ଉପଯୋଗ ଏଠି
ହୋଇପାରୁନାହିଁ କେବେ ,
ଭୂତଳ ଜଳର ସ୍ତର କମିଯାଏ
ଜଳ ଯେ ଅଭାବ ଏବେ ।
ଏହିପରି ଜଳ ଦୂଷିତ ହୋଇଲେ
ମିଳିବନି କାହିଁ ଜଳ,
ପାନୀୟ ପାଇଁକି ଶୁଦ୍ଧ ଜଳ ଟିକେ
ହୋଇବ ଜୀବନେ କାଳ ।
ଆଜି ଠାରୁ ଯଦି ସଂଜତ ନହେବା
ନ ହୋଇବା ସାବଧାନ ,
ଜଳ ବିନା ଦିନେ ସୃଷ୍ଟି ନାଶ ହେବ
ଚାଲିଯିବ ଏ ଜୀବନ ।