Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Action Inspirational

4  

Bharatabandhu Biswal

Romance Action Inspirational

ଅଧାରାତିର ସାଥୀ

ଅଧାରାତିର ସାଥୀ

1 min
4



ସଂସାର ଜଞ୍ଜାଳେ ହେଉଛି ମୁଁ ଘାଣ୍ଟି

କେବେ ଖୁସି କେବେ ଦୁଃଖୀ

ବିତି ସାରିଲାଣି ଅଧାରୁ ଅଧିକ

ରହିଛି ସମୟ ବାକି ।

ଚାହେଁ ନାହିଁ ଇଚ୍ଛା ନୂଆ ଆଶା ସ୍ବପ୍ନ 

ଝରିବାକୁ ମରିବାକୁ

ମରି ମରି ନିତି ଚାହୁଁଛି ଜୀବନ

ସୁଖୀ ହୋଇ ଜୀଇବାକୁ ।

ଜୀବନ ପଥରେ ସରେନାହିଁ ରାସ୍ତା

ଚାଲିବାକୁ ଅଛି ବାକି

କଥା ଦିଅ ସାଥୀ ହରାଇ ସାହସ

ପଡିବାନି କେବେ ଥକି ।

ଆସୁ ଦୁଃଖ ସୁଖ ଝଡ ବାଧାବିଘ୍ନ 

ହେବା ଏକମନ ପ୍ରାଣ

ଜୀଇବା ନିମନ୍ତେ କରିବା ସଂଗ୍ରାମ 

ଅବିରତ ଅନୁକ୍ଷଣ ।

ତୁମେ ଥିଲେ ସାଥୀ ପାହିଯିବ ରାତି

ହୋଇବ ନୂଆ ସକାଳ

ଧରି ତୁମ ହାତ ଚାଲୁଛି ଚାଲିବି

ଇହପର କାଳକାଳ ।

   



Rate this content
Log in

Similar oriya poem from Romance