Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଅଧା ଗଢ଼ା

ଅଧା ଗଢ଼ା

1 min
164



ଅଧା ଗଢ଼ା ରୂପ ମନ୍ଦିରେ ଦେଖିଲି

     ମନ ମୋ ମାନଇ ନାହିଁ.

ବିଶାଳ ସଂସାର ହାତେ ଗଢି ଅଛ

     ନୀଳାଚଳେ ବସି ରହି

   ତୁମେ ଭକତର ଭାବଗ୍ରାହୀ. l0l


ସୁଦୂର ଆକାଶେ ଚନ୍ଦ୍ରମାର ଜୋସ୍ନା

      ବଉଦ ହୁଏ ଭଗାରୀ.

ପାପ ନେତ୍ରେ ମୋର ଅଧା ଦିଶୁଅଛୁ.

      ପୁଣ୍ୟ ନେତ୍ରେ ପୂର୍ଣ୍ଣଧାରୀ.

ଆଖିରୁ ମୋହର ହରି ନିଅ ପାପ

ଦେଖିବା ପାଇଁକି ତୁମ ପୂର୍ଣ୍ଣ ରୂପ

      ତୁମେ ଭକତିରେ ଅନୁଗ୍ରାହୀ. l1l


ଅଧା ଗୋଡ ହାତ କେମିତି କହିବି

      କାଞ୍ଚି ବିଜୟ ପ୍ରମାଣ.

ଦାସିଆ ନଡ଼ିଆ ଭକ୍ତ ସାଲବେଗ

      ବଡ ପ୍ରମାଣଟି ଜାଣ.

ସବୁତ ଦେଖୁଛ ସବୁତ କରୁଛ

ଅପଲକ ନେତ୍ରେ ଜଗତେ ଚାହିଁଛ

      ନୁହଁ ତୁମେ ଅଧା ଦେହି. l2l



Rate this content
Log in

Similar oriya poem from Inspirational