STORYMIRROR

Madhabi Patel

Romance Inspirational

3  

Madhabi Patel

Romance Inspirational

ଅଦେଖା ତୃଷ୍ଣା

ଅଦେଖା ତୃଷ୍ଣା

1 min
1.1K


ବୈଶାଖର ମୁଁ ଅଦେଖା ତୃଷ୍ଣା

ମାଟି କ୍ଷେତର ଆଁ।


ଚାତକର ମୁଁ ଅତୃପ୍ତ ଆତ୍ମା

ଚାହେଁ ବର୍ଷାର ଟିକେ ଛୁଆଁ।


ଭଷା ବାଦଲର ପଲଟଣ ତୁ

ଭିଜା ଭିଜା ମାଟି ବାସ୍ନା।


କଦମ୍ବ ବନର ବଇଁଶୀ ମୂର୍ଚ୍ଛନା

ବୀରହୀ ନଈର ତୃଷ୍ଣା।


ବିଧୁର ମନର ମଧୁ ଯାମିନୀ ତୁ

ପ୍ରେମର ସମ୍ଭାଷଣ।


ଆତୁର ମନର ଭାବର ନଈରେ

ଫେନୀଳ ଉଦ୍ବେଳନ।


କଳ୍ପ ଲୋକର କଳ୍ପନା ତୁହି

କଳ୍ପ ରମଣ ପାଇଁ।


ଜୀବନର ଏକ ମଧୁ ସଙ୍ଗୀତ 

ବାଜୁଥାଉ ସୁର ହୋଇ। 


ସ୍ବପ୍ନ ରାଇଜେ ବାସ୍ତବ ହୋଇ

 ଯେବେ ଆସିବୁ ତୁହି ।


ସ୍ଵାଗତ ଗୀତ ଗାଇବା ପାଇଁ 

ଗୀତ ଲେଖୁଛି ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance