STORYMIRROR

Surjyakanta Dash

Romance Classics Inspirational

3  

Surjyakanta Dash

Romance Classics Inspirational

ଅଦେଖା ଅନ୍ଧାର

ଅଦେଖା ଅନ୍ଧାର

1 min
176


ଭାବିଥିଲି ଖୁବ୍

ହାତ ପାହାନ୍ତାରେ ତମେ

ସ୍ବପ୍ନ - ସବୁ ସ୍ବପ୍ନ

ଭିତରେ ବି ତୁମେ

ହା ହା କାରରେ

ଏବଂ ଓଁ କାରରେ ମଧ୍ୟ

ଜୀବନ ଜଟିଳ ତାରେ

ଓ ଅନ୍ୟମନସ୍କ ତାରେ ମଧ୍ୟ

ତୋଳି ଆଣିବାର ଆସ୍ପର୍ଦ୍ଧା ମଧ୍ୟରେ

ଘୁରି ବୁଲୁଛି ମୁଁ

ଜୀବନ ଜ୍ୟାମିତିର ରେଖାରେ

କେମିତି କେମିତି ଅଙ୍କା ବଙ୍କା

ରାସ୍ତାରେ ଘୁରୁଛି ମୁଁ

ଏ କଥା ବି ସତ

ଭାବିବା ଠାରୁ ଅଧିକ ମିଳିଛି ବୋଧେ

ସ୍ନେହ, ଶ୍ରଦ୍ଧା ଓ ଆବେଗ

ଜୀବନର ଝିଲ୍ ମିଲ୍ ଆଲୋକ ମାଳାରେ

ବୋଧେ ମାଳ ଟିଏ ହୋଇ ଝୁଲୁଛି ?

ମିଳି ପାରେ ମଧ୍ୟ ଯଥେଷ୍ଟ ଅଧିକ

ପାଇବାର ଆଶା ଠାରୁ

କିଣା ଯାଇ ପାରେ

ମାଟିରୁ ଆକାଶ

ତାରା ଠାରୁ ହସ ଓ ଆବେଗ

ନିଜ ଠାରୁ ଅଧିକ ଭଲପାଇଛି

ଆବେଗ କୁ , ଭାବପ୍ରବଣ ତାକୁ

ନିଜକୁ, ନିଜର ଅତି ଆପଣାର ମାନଙ୍କୁ

ଯଥା ସାଧ୍ୟ ଚେଷ୍ଟା କରିଛି

ଭଲରେ ରଖିବାକୁ

ମହକେଇଛି ନିଜର ଆରାଧ୍ୟଙ୍କୁ

ଧୂପ,ଚନ୍ଦନ, ଅଗୁର, କର୍ପୁର ରେ

ଧୁଣାରେ, ଦିପରେ, ଘଣ୍ଟରେ, ଘଣ୍ଟିରେ

ପ୍ରକମ୍ପିତ କରିଛି ଶଙ୍ଖର ଧ୍ଵନିରେ।

ଏଇଟା ବି ସତ

ଜୀବନ ଗଣିତ ର ଗୋଲକ ଧନ୍ଦାରେ

କଷି ହେଉଛି - ଜାଣି ପାରୁନି ?

କେତେ ଭାଗଫଳ, କେତେ ଭାଗଶେଷ ?

ଏଇତ!

ଯେତିକି ପାଦ ଆଗକୁ

ସେତିକି ପାଦ ଜୀବନ ଦେଖାହୁଏ

ନୀରବ ଓ ଉସୃଙ୍ଖଳତାରେ ,

ଯେତେ ବେଳେ ଚାହିଁଲେ

ଗୋଟେ ନୀରବ ମୁଖସାକ୍ଷୀ ଘର

ତା ପରେ ସଂସାର

ଏଇ ବୋଧେ ଜଞ୍ଜାଳ

ଆରମ୍ଭିଛି ମୁଁ

ଅଦେଖା କ୍ଷତର ଗଭୀର ତାରେ

ଲହୁ ଲୁହାଣ ହୋଇ

ଜାଣୁଛି ଏଡେଇ ହେବନି

ଜୀବନ ଗୀତାର ଶ୍ଳୋକ ସବୁ

ଅଚିହ୍ନା , ଅସ୍ପଷ୍ଟ

ବୟସ ଭାରରେ ଭାରାକ୍ରାନ୍ତ କାନ୍ଧ

ଛାତି ତଳେ ଫଗୁଣର ଆବେଗତା ନାହିଁ

ବାଟବଣା ଜୀବନ

ଦୂର ଦିଗବଳୟରେ

ଖାଲି କ୍ଷୋଭ ହିଁ କ୍ଷୋଭ

ଚାରିଆଡେ ଅଦେଖା ଅନ୍ଧାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance