STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଢେଇ ଦିନିଆଁ କୁଣିଆଁ

ଅଢେଇ ଦିନିଆଁ କୁଣିଆଁ

1 min
236


ଅଢେଇ ଦିନିଆଁ ଏଠି ମୁଁ କୁଣିଆଁ

     ଚଲାଏ ସଂସାର ନାଆ.

ଡୁବି ଯିବ କେବେ ସଦା ମନେ ଭାବେ

     ବାହେ ଧରି ତୁମ୍ଭ ନାଆଁ.

  ତୁମେ ଏକା ପ୍ରଭୁ ସାହା. l0l


ଲୋଭ, ହିଂସା, ମିଥ୍ୟା ଆହୁଲା ଧରିଲେ

     ନ ପାଇବି ଥଳକୂଳ.

ସତ୍ୟ, ଧର୍ମ, ନ୍ୟାୟ ଆହୁଲା ପାଥେୟ

     ହେବି ଏ ସଂସାରୁ ପାର.

ବାହୁରେ ମୋହରି ଶକ୍ତି ଦିଅ ଭରି

     ଲଭିବି ନୂଆ ଦୁନିଆଁ. l1l


ପଚିଶ  ପକୃତି  ପାଞ୍ଚମନ  ଏଠି

     ଆକର୍ଷେ ଅଧର୍ମ ବାଟ

ତୁମ ଦୟା ବଳେ ବିନାଶି ମୁଁ ହେଳେ

     ଚାଲୁଥିବି ତୁମ ପଥେ.

ମନେ ଭରି ଦିଅ ଅସୀମ ସାହାସ

     ବାହିବାକୁ ତୁମ୍ଭ ନାଆ. l2l



Rate this content
Log in

Similar oriya poem from Inspirational