Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhumita Mishra

Tragedy Classics Inspirational

3  

Madhumita Mishra

Tragedy Classics Inspirational

ଅଚିହ୍ନା ସେ

ଅଚିହ୍ନା ସେ

2 mins
463



ହଁ..

ମୁଁ ଜାଣି ନ ଥିଲି..

କିଏ ସେ..କିଏ ପଠେଇଲା ?

କେଉଁଠୁ ସେ ଆସିଛି ?

କିଏ ତାକୁ ମୋ ପାଖକୁ ଆଣିଲା ?

ଆଉ କାହିଁକି ସେ ଆସିଛି ?


କିନ୍ତୁ..

ସେ ଆସିଗଲା..!

ମୋତେ ନ ଜଣେଇ !

ମୋ ଅନୁମତି ନ ନେଇ !

କେମିତି କେଜାଣି କିପରି !

ସେ ଚୁପଚାପ୍ ଆସିଗଲା…!!


ଆଉ..

ସେ ଆସିଯିବା ପରେ..

ମୁଁ ନିଜକୁ ଭଲ ପାଇଲି..!

ନିଜକୁ ପସନ୍ଦ କଲି

ଆଉ ସତରେ ନିଜ ପାଇଁ...

ନିଜେ ଟିକେ ବଞ୍ଚିବାକୁ ଚାହିଁଲି..!


ନା..

ସେ ଶୁଣିଲା ନାହିଁ..!

ଯେତେ ନେହୁରା ହେଲେ ବି !

କହିଲା ଆଉ ରହି ହେବନି...

ତୋତେ ଛାଡ଼ି ଯିବାକୁ ହେବ !

ଆଉ ସତରେ ସେ ଛାଡ଼ି ଚାଲିଗଲା..!


ତା ପରେ..

ମୁଁ ଶବ ହୋଇଗଲି..!

ତା ବିନା କଣ ମୁଁ ମୁଁ ନ ଥିଲି?

ନା ସେ ଆସିବା ପରେ ମୁଁ ମୁଁ ହେଲି?

ମୁଁ କଣ ତା ଆଗରୁ ମୁଁ ନ ଥିଲି..?

ନା ତା ଯୋଗୁଁ ହିଁ ମୁଁ ମୁଁ ଟିଏ ହେଲି..!?


କିନ୍ତୁ...

ଜାଣି ପାରିଲିନି…!

ଅଚିହ୍ନା ଅଜଣା ସେ..!

ଜୀବନଟା କେତେବେଳେ ଆସିଲା !!

ଆଉ ଚୁପ୍ କରି ଦିନେ !

ପ୍ରାଣ ହୋଇ ଶରୀରରୁ ବାହାରିଗଲା..!!



Rate this content
Log in

Similar oriya poem from Tragedy