ଅଚିହ୍ନା ପ୍ରେମ
ଅଚିହ୍ନା ପ୍ରେମ
ସପନ ଆଖିରେ ଲୋତକର ବନ୍ୟା
ରଙ୍ଗହୀନ ପ୍ରଜାପତି,
ଜାତନା ଜୁଇରେ ଜଳୁଛି ହୃଦୟ
ଝୁରୁଛି ଶ୍ରାବଣ ରାତି ।
ମନ ବସନ୍ତର ଚହଲା ବାଦଲ
ଗାଉନି ପ୍ରୀତିର ଗୀତ,
ସୁଖନିଦ୍ରା ହୁଏ ଦଗ୍ଧ ପଙ୍କଜ
ଆଉ କି ଫେରିବ ମିତ ।
ସୁନାସୁନା ପ୍ରେମ ଚୁନା ଚଇତାଳି
ଅଦିନ ଝଡ଼ର ସ୍ଵର,
ଦୂର ଚଲାପଥ ଅନ୍ଧାର ଅନ୍ଧାର
ଘାଇଲା ସପନ ବୀର।
ବୁକୁଫୁଟା ଛାତି ଭିଜାଭିଜା ରାତି
ଜୀବନ କାଟୁଛି ଦିନ,
ବୁଝି ବି ଅବୁଝା ସବୁ ତ ଏଇଠି
ଜଳିଜଳି ଯାଏ ମନ ।
ଚନ୍ଦନ ମହକ ଚମ୍ପା କି ପାଇବ
ସକଳ ଚୁମ୍ବନ ଦେଇ,
ମହମହ ବାସ ବୟସ ବାଙ୍କରେ
ଉତୁରା ହାଣ୍ଡିର ଖଇ।