STORYMIRROR

Karna Gahir

Classics

3  

Karna Gahir

Classics

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
237

 

 

କିଏସେ ଚିହ୍ନେଇ ଦବ

ଅଚିହ୍ନା ମଣିଷକୁ

ବିଦ୍ୟା, ବୁଦ୍ଧି ଥିଲେ ସିନା

ଚିହ୍ନା ପଡ଼େ ଅନ୍ୟକୁ ॥

  

ଜ୍ଞାନ ଦେଖି ଉଖାରନ୍ତି

ନାମ ଧାମ ତାଙ୍କର

ଅଚିହ୍ନା ନୁହନ୍ତି ସେତ

ଚିହ୍ନା କେଉ ଜନ୍ମର ॥

  

ଆଦରି ନିଅନ୍ତି ତାଙ୍କୁ

କୁଣିଆ ସମ୍ମାନରେ

ପୂଜା ପାଆନ୍ତି ସିଏ

ଦେବତା ଆସନରେ ॥

  

ଜ୍ଞାନ ଗୁଣହୀନ ଜନ

ଚିହ୍ନା ବି ଅଚିହ୍ନା

ଘୃଣ୍ୟ ସିଏ କାଳେ କାଳେ

ଅଲୋଡ଼ା ଅସନା ॥

 


Rate this content
Log in

Similar oriya poem from Classics