ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
କିଏସେ ଚିହ୍ନେଇ ଦବ
ଅଚିହ୍ନା ମଣିଷକୁ
ବିଦ୍ୟା, ବୁଦ୍ଧି ଥିଲେ ସିନା
ଚିହ୍ନା ପଡ଼େ ଅନ୍ୟକୁ ॥
ଜ୍ଞାନ ଦେଖି ଉଖାରନ୍ତି
ନାମ ଧାମ ତାଙ୍କର
ଅଚିହ୍ନା ନୁହନ୍ତି ସେତ
ଚିହ୍ନା କେଉ ଜନ୍ମର ॥
ଆଦରି ନିଅନ୍ତି ତାଙ୍କୁ
କୁଣିଆ ସମ୍ମାନରେ
ପୂଜା ପାଆନ୍ତି ସିଏ
ଦେବତା ଆସନରେ ॥
ଜ୍ଞାନ ଗୁଣହୀନ ଜନ
ଚିହ୍ନା ବି ଅଚିହ୍ନା
ଘୃଣ୍ୟ ସିଏ କାଳେ କାଳେ
ଅଲୋଡ଼ା ଅସନା ॥
