ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


ନିରାସ କରିଛି ମୋତେ ଦୀର୍ଘ ଦିନର ଅନ୍ୱେଷଣ
କାହାପାଖେ ଉନ୍ମୋଚନ କରିନି ସେ ଆପଣାପଣର ସ୍ପର୍ଶ
ସମସ୍ତେ ଧଇଁ ସଇଁ ହୋଈ ଧାଇଁଛନ୍ତି ସେ ଲେଲିହାନ ଶିଖା ପଛରେ
ତାଜମହଲ ପରି ଅଟ୍ଟାଳିକା ପଛରେ
ଟଙ୍କା ଗଦାର ହିମାଳୟ ପଛରେ ,
ମହୀଧର ପରି ମୁଁ ଛିଡା ହୋଇଛି ନିର୍ଜୀବ ପ୍ରତିମା ପରି
କଉଠୁ ଆସି ଯଦି ମୋ ସହ ମିଶିଯିବ ସ୍ନେହର ସାମାନ୍ୟତମ ମାରୁତ
ମାତ୍ର; ମୋର ନଗ୍ନ ଚକ୍ଷୁରେ ସେଇ ଭଗ୍ନ ଆଶାର ପରିପ୍ରକାଶ
କାହିଁକିନା ସମସ୍ତେ ଏଠି ଜଣେ ଜଣେ ଅଚିହ୍ନା ମଣିଷ ।।