STORYMIRROR

subrat kumar jena

Abstract

2  

subrat kumar jena

Abstract

ଅଚିହ୍ନା ଆଜି ଚଲା ପଥ

ଅଚିହ୍ନା ଆଜି ଚଲା ପଥ

1 min
3.0K

ଜିଏ ଦିନେ ମୋତେ ଆପଣେଇ ନେଇଥିଲା,

ବିନା କୌଣସି "ସର୍ତରେ"

ଅନବରତ ସୁଯୋଗ ଦେଉଚାଲିଥିଲା ଥରକୁ ଥର,

ମୋତେ ପଡି ଉଠି ଚାଲିବାକୁ,

ବିନା କିଛି "ସ୍ୱାର୍ଥରେ"

ମୋ ଦୁଃଖରେ ସେ କାନ୍ଦିଥିଲା,

ମୋ ସୁଖରେ ପୁଣି କେତେ ଥର ଆନନ୍ଦ ଅନୁଭବ କରିଛି,

ପୁଣି କେବେ ମୋର ପାଗଳାମୀ ଦେଖି,

ମନେ ମନେ କେତେ ହସିଥିବ

ହେଲେ ମୁଁ ପାଗଳ

କଣ ବିର୍ଷା ମୁଣ୍ଡା ହେଇ ପାରିବିନା କଣ

ମୋ କଥାରେ ଜଙ୍ଗଲ ଓ କରିବ

ନା ଏତେ ବଡ଼ ଭାଗ୍ୟଯେ ମୋର କାହିଁ,

ମୁଁ ମାନୁଛି ମୋର ନାହିଁ ସାଧନାରେ ଦୃଢତା,

ନ ହେଲେ ମୁଁ କଣ ଏମିତି ଥକି ପଡ଼ିଥାନ୍ତି ,

ମୋ ପ୍ରିୟ ଚଲାପଥ ପାଖରେ

ସେତ ମୋତେ କହି ମାଗି ନଥିଲା କିଛି?

ମୁଁ ବା କଣ ଦେଇ ପାରିଥାନ୍ତି ତାକୁ,

ତଥାପି ଛୋଟବେଳେ ଚେଷ୍ଟା କରୁଥିଲି ,

ତା ଦେହରେ ଥିବା ଖଣ୍ଡିଆ କୁ ମାଟି ପକାଇ ଭରିବାକୁ

ଆଜି ତାର ଢେର ପରିବର୍ତନ ହୋଇଛି,

ମାଟି ପରେ ନାଲି ଗୋଡି ମାଟି,ପରେ ପିଚୁ,

ଆଜି ଆସି ପହଂଚିଛି ସିମେଣ୍ଟ ରଡ଼ର ଢଳେଇ ରୂପରେ.

ହେଲେ ଏତେ ଦିନର ଅନ୍ତରାଳ ପରେ,

ଜେବେ ପକ୍ଷୀକୁ ସ୍ୱାଗତ କରେ ଆକାଶ,

ଜେବେ ବର୍ଷାକୁ ସ୍ୱାଗତ କରୁଛି ଧାରା,

ମୋର ବା ଦୋଷ ରହିଲା କେଉଁଠି

ପାରେନା ଜାଣି......ଆଜି କିଛି ସ୍ୱାର୍ଥ ଭାବ ମନେ ଭରିଲା କି ତାର,

କାହିଁ ମୋତେ ଆଜି ଆପଣେଇପାରୁନି ମୋର ଅତିପ୍ରିୟ ଚଲାପଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract