STORYMIRROR

Madhulita Nayak

Abstract

4  

Madhulita Nayak

Abstract

ସ୍ବପ୍ନ

ସ୍ବପ୍ନ

1 min
217

ସେ ଭଲପାଏ

ବିନା ଆଲୋକରେ ଆସିବାକୁ,

ସେ ଭଲପାଏ

କଅଁଳ ଶିଶୁର ନରମ ମନରେ ବସା ବାନ୍ଧିବାକୁ


କେବେ ଆସେ

ମାଆର ନରମ ହାତ ସ୍ପର୍ଶ ର ପିଠିଥାପୁଡ଼ାରେ,

କେବେ ଆସେ

ଗୋଲାପି ଓଠଧାରୁ ଝରୁଥିବା 

ଧୋ ବାୟା ଧୋ ର ତାଳେ ତାଳେ..


ଘର ତାର

ଦୂର ଦିଗବଳୟରେ ଖେଳୁଥିବା ଚାନ୍ଦର ଅଗଣାରେ,

ଘର ତାର

ପରୀ ରାଇଜର ରାଜକୁମାରୀର ବଗିଚାରେ.....


ସେ ଖେଳିବୁଲେ

ନିର୍ଦ୍ୱନ୍ଦରେ ମନର ଝରକା ଖୋଲି

ହୃଦୟର ଗଭୀରତା ରେ,

ସେ ଖେଳିବୁଲେ

ମୁଦି ହୋଇଥିବା ପ୍ରତ୍ୟେକ ଜୀବନର

ନୟନର ପଲକରେ


କେବେ ଢାଳିଦିଏ

ଅଜସ୍ର ସୁଖର ଗଣ୍ଠିଲିରେ ଭରା

ଝିଲମିଲ ତରଙ୍ଗ ଆଲୋକର,

କେବେ ଢାଳିଦିଏ

ଅସୁମାରୀ ଦୁଃଖ, ଯନ୍ତ୍ରଣା ଅବ୍ୟକ୍ତ ସମୂହ ଅନ୍ଧକାରର...


ସେ ସ୍ବପ୍ନ

ସତ୍ୟ ଓ ଅସତ୍ୟ ର ମଝି ଦ୍ୱାର ର 

ସମ୍ପର୍କର ସେତୁ,

ସେ ସ୍ବପ୍ନ

ବାସ୍ତବ ଓ ଅବାସ୍ତବ ଅଗଣାରେ

ତର୍କ ବିତର୍କ ର ହେତୁ....!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract