Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Laxminarayan Sahoo

Tragedy


4.7  

Laxminarayan Sahoo

Tragedy


ଅଛବ ଝିଅ

ଅଛବ ଝିଅ

1 min 208 1 min 208

 ତା'କୁ ଛୁଇଁଲେ ସାତସ୍ନାନ

ଦେଖିଦେଲେ ମୁହଁରେ ସୃଷ୍ଟି ହୁଏ

ଅତିରିକ୍ତ ରେଖାର କୁଞ୍ଚନ ।


 କଳା ମୁଗୁନି ପଥର ପରି ଯୈ।ବନ 

ଅଙ୍ଗେ ଅଙ୍ଗେ

ପିଚ୍ଛିଳ ଶିଉଳିର ସୂକ୍ଷ୍ମ ଆବରଣ ।


 ତାକୁ ଅଗୋଚର

ତା ଦେହର ସ୍ପନ୍ଦନ

ମାଟି ପାଣି ପବନ ଆକାଶ

ବନସ୍ତ ଘେରା ପାହାଡ଼

ପାହାଡ଼ ଘେରା ବନସ୍ତ 

ଯା ସହ ସେ ନିତି ଆତଯାତ 

ସେମାନେ ଅବଶ୍ୟ 

କେବେକେବେ ଶୁଣିଥିବେ

ତା ହୃଦୟର ନୀରବ କୋଳାହଳ ।


 ସେ ସିନା ବୁଝି ପାରେନାହିଁ

ତା ଅନ୍ତର କଥା

ହେଲେ ସମୟ ହାତ ଧରି

ଘୋଷାଇ ଦେଲାଣି

ତା ପାଖରେ ଆତଯାତ ହେଉଥିବା

ମଣିଷଙ୍କ ଆଖିର ଇଶାରା

ଏ ଭିତରେ ଶିଖି ଗଲାଣି

ପେଟ ଭୋକ

ଦେହ ଦାହ

ଟାହି ଟାପରା

ଆଦିକୁ ନେଇ ବଞ୍ଚିବାର କଳା। ।


 ସେ ଅଛୁଆଁ

ଅଲୋଡ଼ା ନୁହେଁ

ଏ ଦ୍ଵନ୍ଦକୁ ବି ଧିରେ ଧିରେ ଭେଦୁ ଥିଲା

ଯେବେ ସହରୀ ବାବୁମାନେ ଆସି

ଭାଗମାପ କରୁଥିଲେ

ଜଙ୍ଗଲ ଜମି

ହାତାଉଥିଲେ ମାଲିକାନା

ଶସ୍ତାରେ କିଣୁଥିଲେ ବିଶ୍ଵାସ

ଚୋରାଉ ଥିଲେ ହୃଦୟ। ।


 ସେ କିଛି ନୁହେଁ

ନାରୀ ଟିଏ ବି ନୁହେଁ

ଶୋଷ ମେଣ୍ଟାଉ ଥିବା

ପାଣି କି ମଦ ପାଉଚ୍ ଟାଏ

କାମ ସରିଗଲା ପରେ

ଚିପୁଡା ହୋଇ ଫିଙ୍ଗି ଦିଆଯାଏ

ରାସ୍ତା କଡ଼ରେ

ଅବା ଅଳିଆଗଦାରେ। ।


 ପରିସ୍ଥିତି ତାକୁ ଆହୁରି

ପକ୍ଵ କରିଦେଲାଣି

ବୁଝେଇ ବି ଦେଲାଣି

ଉତ୍ତୁଙ୍ଗ ଦୁଇ ମୁଠା ମାଉସ

ପାହାଡ଼ି ଉପତ୍ୟକା ଅନ୍ଧାରୀ ଗୁହା ସର୍ବସ୍ବ 

ତା'ର ଜୀବନ l


 ସେ କିଛି ନୁହେଁ

ଅଛୁଆଁ ଅଛବ ଝିଅଟିଏ

ଜଙ୍ଗଲି ଜୀବଟିଏ ।।

   

    


Rate this content
Log in

More oriya poem from Laxminarayan Sahoo

Similar oriya poem from Tragedy