STORYMIRROR

Anjana Naik,Anju..Deogarh

Classics Others

4  

Anjana Naik,Anju..Deogarh

Classics Others

ଅବ୍ୟକ୍ତ ଓଠର ଭାଷା

ଅବ୍ୟକ୍ତ ଓଠର ଭାଷା

1 min
615


ପ୍ରେମର ପରିଭାଷା ତ ଅନନ୍ତ 

ଆକ୍ଷାଂସ ଦ୍ରାଘିମା ମାପିବାର 

କୌଶଳ ଅପହଞ୍ଚ ଇଲାକାରେ..!! 

ମାପକ ବିନା, ବେଳ ବି ଅଭାବ 

ଶକ୍ତି କାହିଁ ମୋର..।। 


ଯୌବନର ଦୀପ୍ତି ତ ହା ହୁତାସନ

ଜଳିଯିବା ପାଇଁ ପତଙ୍ଗ ପ୍ରବଳ 

ସେଇଠି ବିଲୀନ ହେବା ଆଗ୍ରହର 

ସୀମାହୀନ ବୁଭୁକ୍ଷା

ଅନ୍ତ ନାହିଁ ତାର ।।


ଝାଡ଼ି ଦେବକି ତୁମ ଦେହର 

ଅଲୋଡ଼ା ସେ ସାତ ରଙ୍ଗ ଅବିର

ଦେହେ/ମନେ ବୋଳିହେବି ମୁଁ ନିରବରେ 

ମୋ ମଥାର ସିନ୍ଥି ସଜେଇବି

ଭେଦିଯିବ ସର୍ବାଙ୍ଗ ଶରୀର।।


ପାରିବକି ଦେଇ ହଜିଲା ସପନ

ସୁପ୍ତ ଶକ୍ତି ର ପୁନରୁଦ୍ଧାର କରି

ଅଫୁରନ୍ତି ଚଞ୍ଚଳତା ଭରି ଦେବ କି 

ଗୋଟିଏ ଜନ୍ମ ଜିଇଁବାର ଇଚ୍ଛା ମୋର

ଛାଇହୋଇ ତୋ ଭିନ୍ନ ରୂପର ।।


ତୁମ ଚାରୁ ବାଙ୍କ ଚାହାଣୀରେ 

ହଜିବାର କୌତୁହଳ ଅନେକ ଦିନର

ସେ ବିଶାଳକାୟ କାୟାରେ 

ବିଲୀନ ହେବାର ଭାବ 

ମନରେ ଲୁପ୍ତ ଅଗଣିତ ଜନ୍ମର ।।


ଏଇ ଆକାଂକ୍ଷାରେ ବଞ୍ଚିଛି ମୁଁ ପ୍ରଭୁ 

ସାରା ଜୀବନ ତୁମ ବଦଳରେ

ମୁଁ କାନ୍ଦିବା ପାଇଁ ..ପ୍ରସ୍ତୁତ  

ନିମିଷକ ପାଇଁ... ମୋ ବଦଳରେ 

କ୍ଷଣେ.. ତୁମେ ହସିଦେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics