STORYMIRROR

Jagannath Barik

Inspirational

3  

Jagannath Barik

Inspirational

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
311


ଆଜି ଅକ୍ଟୋବର ଚବିଶ ତାରିଖ

  ବିଶ୍ୱ କପ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ

ଭାରତ ସହିତ ପାକିସ୍ଥାନର ଏ

  ଖେଳ ଅଟେ ବଡ଼ ଚିତାକର୍ଷ |

ପ୍ରଥମରେ ଟସ ଜିଣି ଭାରତର

   ବିରାଟ ବାହିନୀ ଅଗ୍ରସର

ପ୍ରାରମ୍ଭରୁ ବ୍ୟାଟିଂର ବିପର୍ଯ୍ୟୟ

   ଝଡ଼ିଲା ୱିକେଟ ବରାବର |

କ୍ୟାପଟେନ ପାଳି ଖେଳିଲେ କୋହିଲି

  ସ୍କୋର ହେଲା ଶହେ ଏକାବନ

ସାତ ୱାଇକେଟ ବିନିମୟ ମାତ୍ର 

  ଭାରତବାସୀଙ୍କ ଦୁଃଖ ମନ |

ପାକିସ୍ତାନ ପାଳି ଆରମ୍ଭ ହୋଇଲା

ନିର୍ଧୁମ ପିଟିବା ଆରମ୍ଭିଲେ

ବିନା ୱାଇକେଟେ ଓପନିଙ୍ଗ ଯୋଡ଼ି

ଏକଶ'ତେପନ କରିନେଲେ |

ଭାରତୀୟଙ୍କର ମନ ଦୁଃଖ ହେଲା

  ଆପଣା ଭାଗ୍ୟକୁ ନିନ୍ଦାକଲେ

କେତେ ଖାଇଲେନି ଉପାସେ ଶୋଇଲେ

   କେତେ ଖେଳାଳିଙ୍କୁ ଗାଳି ଦେଲେ |

ଆମରି ଗାଆଁର ନିଧିଆ ପଧାନ

   ଆଖିରୁ ଲୋତକ ବହୁଥିଲା

ଭିତରେ ଭିତରେ ଗାମୁଛା କାନିରେ

  ଲୁଚି ଲୁଚି ଲୁହ ପୋଛୁଥିଲା |

ଦେଖି ତାର ଗତିବିଧି ମୁଁ ଭାବିଲି

  କିଛି ଅଘଟଣ କରିବ କି

ଖେଳର କେବେ କି ସ୍ଥିରତା ରହିଛି

  ହାର ଜିତ ସଦା ଲାଗିଅଛି |

ଘରେ ତାର ଯାଇ ବୁଝାବୁଝୀ କଲି

  ତଥାପି ଅବ୍ୟକ୍ତ କୋହ ଭରେ 

କାନ୍ଦି କହୁଥିଲା ଧୋନି ଥିଲେ ଭଲା 

  ଦୁର୍ଦ୍ଦଶା ନଥାନ୍ତା ଆମ ଦଳେ |



Rate this content
Log in

Similar oriya poem from Inspirational