ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ଅନ୍ତର ବେଦନା କହିବି ଭାବିଲି
ନଶୁଣିଲେ ଜମା କେହି
କାନ୍ଦିଛି ମୁଁ କେତେ ବୁକୁ ବିଦାରିଣ
କୋହରେ ପୁରିଛି ଛାତି ।
ପାଇବି ବୋଲିକି ପ୍ରେମ ଟିକେ ତୁମ
ଆଖି ହୋଇଗଲା ଅନ୍ଧ
ପାଗଳିନୀ ହେଲି ତୁମରି ପଛରେ
ମତି ହେଲା ମୋର ଭ୍ରମ ।
ଦୁଃଖ ବାଣ୍ଟିବାକୁ ଚାହିଁଛି କେତେ ମୁଁ
ଶୁଣିନାହଁ ଟିକେ ତୁମେ
ଅନ୍ତରର ବ୍ୟଥା ଅନ୍ତରେ ମରିଛି
ମରି ମରି ଖାଲି ବଞ୍ଚେ ।
ସାନିଧ୍ୟ ତୁମର ପାଇବି ବୋଲିକି
ସାରାରାତି ଅନିଦ୍ରାରେ
ଗଭାର ଗଜରା ଯାଇଛି ମଉଳି
ପ୍ରିୟ ତୁମ ଅପେକ୍ଷାରେ ।
ଭଲହେଲା ଏବେ ଖୋଲିଗଲା ଆଖି
ତୁମକୁ ଶତପ୍ରଣାମ
ଏତେ ଦିନପରେ ଆଜି ମୁଁ ଜାଣିଲି
ପ୍ରେମ ଗୋଟେ ମାୟାମୃଗ ।
ନିଜ ହ
ୃଦୟକୁ କେବେ ମୁଁ ଦେଖିନି
ଅନ୍ୟ ପଛେ ଧାଏଁ ଖାଲି
ଅନ୍ୟ ପେଟ ଚିହ୍ନି ନିଜ ଖାଲି ପେଟ
ଅବ୍ୟକ୍ତ ବେଦନା ଏହି ।
ସ୍ନେହଁ ପ୍ରେମ ଯିଏ ଅନ୍ୟକୁ ଦିଅଇ
ତା' ପାଇଁକି କେହି ନାହିଁ
ସମସ୍ତଙ୍କ ଯତ୍ନ ନିଜ ହାତେ ନିଏ
ଅଲୋଡା ଅଖୋଜା ସେହି ।
ଆଉ ଚାହିଁବିନି ଅତୀତକୁ ମୋର
କହିବିନି କା'ରେ କିଛି
ମୋ ପରି ବନ୍ଧୁଟେ ମୁଁ ଥାଉ ଥାଉ
ଦୁଃଖ କ'ଣ କୁହ ଅଛି ।
ମୋ ଲୁହର ଅର୍ଥ ହୁଏ ଅର୍ଥହୀନ
କାହିଁକି ଢାଳିବି ଲୁହ
ଅନ୍ୟପାଇଁ କାନ୍ଦି କାନ୍ଦି ମରିବାକୁ
ହୋଇନାହିଁ ମୋର ଜନ୍ମ ।
ନିଜେ ମୁଁ ବଞ୍ଚିବି ସମ୍ମାନର ସହ
ଅନ୍ୟକୁ ଶିଖାଇଦେବି
ନିଜ ଖୁସି ପାଇଁ ବର୍ତ୍ତମାନଠାରୁ
ଯାହା ମୁଁ ସବୁ କରିବି ।