STORYMIRROR

Binapani Tripathy

Tragedy

4  

Binapani Tripathy

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
302

ଅଶୀ ବରଷର ବୃଦ୍ଧ କାନ୍ଧରେ ତା' ପୁଅ ଶବ

ଏକା ଏକା ଚାଲିଛି ସେ 

ମଶାଣୀରେ ଜଳେଇବ ଜୁଇ, 


ହାତ ଧରି ଶିଖି ଥିଲା ଚାଲି 

ଅନ୍ତ କାଳେ ସାହା ହେବ ବୋଲି 

ମୁହଁରେ ଯେ ଦେଇଥାନ୍ତା ନିଆଁ 

ଶେଷ ନିଦେ ପଡିଛି ସେ ଶୋଇ ।।


ପିଢା ପରେ ବସେଇ ପିତୁଳା 

ଦେହେ ଢାଳି ପାଣି କେଇ ଲୋଟା 

ନୂଆ ଲୁଗା ଦେଉଛି ପିନ୍ଧେଇ 

କପାଳରେ ଚନ୍ଦନର ଟିପା ,


ଅନ୍ନ ମୁଠେ ମୁଖେ ଗୁଞି ଦେଇ 

ପୋଛିଦିଏ ଗାମୁଛାରେ ପାଟି 

କାଠେ କାଠ ଛନ୍ଦି ଶେଯ ପାରି 

ଶୁଅଉଛି ଥାପୁଡେଇ ପିଠି ।।


କାଳେ ଶୀତ ଲାଗିବ ଧନକୁ 

ଟାଣିନେବେ ଶ୍ବାନ କି ଶୃଗାଳ 

ନିଜ ହାତେ ଅଗ୍ନି ଯୋଖି ଦେଇ 

ଖେଂଚଣାରେ ଖେଂଚେ ବାରମ୍ବାର ,


ଫୁଟୁଛି କି ଗଣ୍ଠି ମଥାନର 

ଫାଟୁଛି କି ପଞରାର କାଠି 

ଫାଟି ଯାଏ ଛାତି ଭିତରଟା 

ଲୁହ ଲହୁ ମିଶି କି ଏକାଠି ।


ନିଭିଲା ପାଉଁଶ କଲିଜାର 

ନଦୀ ଗର୍ଭେ ଦେଇ ବିସର୍ଜନ 

ମମତାର ପୁତ୍ର ପିଣ୍ଡ ବାଢି 

ଘରମୁହାଁ ପ୍ରାଣହୀନ ପ୍ରାଣ ।।


Rate this content
Log in

Similar oriya poem from Tragedy