Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ଅବୁଝା ମନ

ଅବୁଝା ମନ

1 min
219



ଅବୁଝା ମନ ମୋ ବୁଝୁ ନାହିଁ ଜମା

ପ୍ରିୟା ତୁ ପାଖେ ଆ ମୋର

ଦିନ ମୋ ସରେନି ରାତି ବି ବିତେନି

ପ୍ରିୟା ତୁ ପାଖେ ଆ ମୋର

ମନେ ଅଛି ମୋର ହାତ ଧରି ମୋର

ବାଟ ତୁହି ଚାଲୁ ଥିଲୁ

ଅବୁଝା ମୁଁ ହେଲେ ରାଗି ରୁଷି ଗଲେ

ବୁଝାଇ ଦେଉ ଥିଲୁ

ଅମାନିଆ ମନ କୁ ବୁଝାଇପାରୁନି

ପ୍ରିୟା ତୁ ପାଖେ ଆ ମୋର

ତୋ କଥା ଭାବି ଭାବି ଲୁହ ଝରାଉଛି

ତୋ ହାତ ଲେଖା କୁ ସାଇତି ରଖିଛି

ତୋ ରୂପ କୁ ଝୁରି ମୁଁ ହେଉଛି

ସବୁଠି ତୋ ମୁହଁ ଦିଶି ତ ଯାଉଛି

ଆଉ କେତେ ଦିନ ଚାହିଁ ମୁଁ ରହିବି

ପ୍ରିୟା ତୁ ପାଖେ ଆ ମୋର

ଜଣେନା କେଉଁଠି ଦୁରେଇ ରହିଛୁ

ମୋ ପ୍ରେମ କୁ ତୁ ଭୁଲି ତ ଯାଇଛୁ

ତୋ ପାଇଁ ଦିନେ ସବୁ ତ ଛାଡ଼ିଲି

ନିଜକୁ ତୋ ପାଖେ ହଜାଇ ମୁଁ ଦେଲି

ମୋ ମନ କୁ କିଏ ବୁଝିବ ଆଉ

ପ୍ରିୟା ତୁ ପାଖେ ଆ ମୋର ।


Rate this content
Log in

Similar oriya poem from Classics