ଅବୁଝା ଜହ୍ନ
ଅବୁଝା ଜହ୍ନ
ନେଇଗଲା ମନ ସେ ଅବୁଝା ଜହ୍ନ
ଦେହେ ତାର କଳା କଳା ଚିହ୍ନ
ସେ ଚିହ୍ନ କୁଆଡ଼େ ଆମ ଦୁହିଁଙ୍କର ମନ
ଛପି ଛପି ରାତି ଉଦାସୀ ଅଳସୀ ବର୍ଣ୍ଣ
ଯେତେ ବୁଝାଇଲେ ଜହ୍ନ କହେ କଲଙ୍କ ହୀନ
ପ୍ରେମର ଚିହ୍ନକୁ ସାଇତି ରଖିବା ଉଦେଶ୍ୟ ଭିନ୍ନ
ମନ ମୁନ ଚୈତନ୍ୟ ଲଗାଇ ଉଙ୍କି ମାରି ପ୍ରତିଦିନ
ହାଲକା ଫୁଲକା ଚାହାଣୀ ତା ଭରେ ସ୍ଵପ୍ନ
ସପନ ଦେଶରେ ନୂଆ ଆକାଶରେ
ଦେଖେ ମନ ଆଉଗୋଟେ ପୂର୍ଣମୀ ଜହ୍ନ
ସବୁଜ ସତେଜ ଚାହାଣୀ କାହାଣୀରେ ସମ୍ମୋହନ
ଜହ୍ନ କରେ ନିବେଦନ ମରେନା କେବେ ଦହନ
ରାଣ ପକାଇଛି ସାଥି ହୋଇ ରହିବାକୁ ସବୁଦିନ
ଏଡିକି ମିଛୁଆ ଏଡେ ନଟଖଟ ସବୁଜ ମନ
ନୀଳ କଇଁ ଦେଖି କହେ ଚିହ୍ନେ ନାହିଁ ସୁନାଧନ
ଦେଲେ ଚାହିଁ ଆଖି ମିଟିକା ମାରଇ ସବୁଦିନ
ଯୋଛନାରେ ତାର ଯାଏ ମୁଁ ତରଳି କରେ ଅଳି
ମାଗନା ମାଗନା ପ୍ରେମ ମତେ ମୁଁ ହାରିଛି ଦୀନହୀନ
ଅବୁଝା ସେ ଜହ୍ନ କହେ ଦେଇଦେବ ତା ଜୀବନ
ବୁଝି ବି ଅବୁଝା ସୁନା ଜହ୍ନ ମୋର ତୃଷା ଜାଗାଏ
ଧନ ମାନ ମନ ଯଉବନ ର ସେ ପ୍ରତୀକ ଚିହ୍ନ ।