STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ଅବୁଝା ଜହ୍ନ

ଅବୁଝା ଜହ୍ନ

1 min
201


ନେଇଗଲା ମନ ସେ ଅବୁଝା ଜହ୍ନ

ଦେହେ ତାର କଳା କଳା ଚିହ୍ନ

ସେ ଚିହ୍ନ କୁଆଡ଼େ ଆମ ଦୁହିଁଙ୍କର ମନ

ଛପି ଛପି ରାତି ଉଦାସୀ ଅଳସୀ ବର୍ଣ୍ଣ

ଯେତେ ବୁଝାଇଲେ ଜହ୍ନ କହେ କଲଙ୍କ ହୀନ

ପ୍ରେମର ଚିହ୍ନକୁ ସାଇତି ରଖିବା ଉଦେଶ୍ୟ ଭିନ୍ନ

ମନ ମୁନ ଚୈତନ୍ୟ ଲଗାଇ ଉଙ୍କି ମାରି ପ୍ରତିଦିନ

ହାଲକା ଫୁଲକା ଚାହାଣୀ ତା ଭରେ ସ୍ଵପ୍ନ

ସପନ ଦେଶରେ ନୂଆ ଆକାଶରେ

ଦେଖେ ମନ ଆଉଗୋଟେ ପୂର୍ଣମୀ ଜହ୍ନ

ସବୁଜ ସତେଜ ଚାହାଣୀ କାହାଣୀରେ ସମ୍ମୋହନ

ଜହ୍ନ କରେ ନିବେଦନ ମରେନା କେବେ ଦହନ

ରାଣ ପକାଇଛି ସାଥି ହୋଇ ରହିବାକୁ ସବୁଦିନ

ଏଡିକି ମିଛୁଆ ଏଡେ ନଟଖଟ ସବୁଜ ମନ

ନୀଳ କଇଁ ଦେଖି କହେ ଚିହ୍ନେ ନାହିଁ ସୁନାଧନ

ଦେଲେ ଚାହିଁ ଆଖି ମିଟିକା ମାରଇ ସବୁଦିନ

ଯୋଛନାରେ ତାର ଯାଏ ମୁଁ ତରଳି କରେ ଅଳି

ମାଗନା ମାଗନା ପ୍ରେମ ମତେ ମୁଁ ହାରିଛି ଦୀନହୀନ

ଅବୁଝା ସେ ଜହ୍ନ କହେ ଦେଇଦେବ ତା ଜୀବନ

ବୁଝି ବି ଅବୁଝା ସୁନା ଜହ୍ନ ମୋର ତୃଷା ଜାଗାଏ

ଧନ ମାନ ମନ ଯଉବନ ର ସେ ପ୍ରତୀକ ଚିହ୍ନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama