STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅବସ୍ଥାଚକ୍ର

ଅବସ୍ଥାଚକ୍ର

1 min
10

କବିତା - ଅବସ୍ଥାଚକ୍ର
ରଚନା - ପଞ୍ଚାନନ ଜେନା
ତାରିଖ -୨୮-୦୮-୨୦୨୫
++++++++++++++++
 ଭିନ୍ନ ଭିନ୍ନ ନାମରେ ଋତୁ ବଦଳେ
ଭିନ୍ନ ଭିନ୍ନ ବାହାନା ନେଇ ଋତୁ ଦେହ ପଖାଳେ
 କାତି ଛାଡୁଥିବା ସାପ ପରି
 ନିୟମିତ ଅନ୍ତରାଳରେ ସହଜେ ସହଳେ

 ଆଉ ସେହି ଋତୁର ଆଦେଶରେ ନିର୍ଦ୍ଦେଶରେ
ଆଉ ସେହି ଋତୁର ଇଙ୍ଗିତରେ ସଙ୍ଗୀତରେ
ଫୁଟୁ ନ ଥିବା ଫୁଲ ଫୁଟିବା ଆରମ୍ଭ କରେ
 ଅକସ୍ମାତେ କାଳେ ଅକାଳେ ସଞ୍ଜ ସକାଳେ

 ଭିନ୍ନ ଭିନ୍ନ ନାମରେ ସଜ୍ଞାରେ ଜୀବନ ଚଳେ
ବୟସର ପାବଚ୍ଛ ଡେଇଁ ପୋଷାକ ବଦଳେ
ଆଉ ସେହି ବୟସର ଉତ୍ତରଣ ସରଣୀରେ ଗଳେ
 ସମୟର ଅବଧିରେ ରହି ରହି କୁହୁଳି ଜଳେ
ଶୈଶବ କୈଶୁର ଯୌବନ ବୃଦ୍ଧାବସ୍ଥାର ଅର୍ଗଳି ଦେଇ
ଗାଡିର ଚକ ପରି ଆଗକୁ ଗଡ଼େ ଚଢ଼େ ବଢ଼େ
 ପୁଣି ସବଳ ଦୁର୍ବଳ ହେଉ ହେଉ ଖୁଣ୍ଟ ହୁଗୁଳେ

 ଋତୁଚକ୍ରର ପ୍ରବାହରେ ଦୋଳାୟମାନ ଜୀବନ
 କେବେ ଶ୍ରାବଣ ରିମ୍ ଝିମ୍ ମୂର୍ଚ୍ଛନାରେ ରଜ ଝୁଲଣ
ପୁଣି କେବେ ପ୍ରଳୟଙ୍କରୀ ଝଡ ବତାସ ବନ୍ୟାରେ କରୁଣ ଦାରୁଣ କେବେ ଫଗୁଣ ଲାଗେ ଫୁଲବନର ସମୀରଣ
ପୁଣି ପତ୍ରଝଡ଼ାର ଭଗ୍ନାଂସରେ
 ବନାଗ୍ନୀର ଦୀବାନଳରେ
ଲାଗେ ନିଦାରୁଣ
ବୋଧେ ଦୁଃଖ ସୁଖର ସମଷ୍ଟି ହିଁ ଜୀବନ

 କେବେ ବୈଶାଖ ତତଲା ଝାଞ୍ଜି ହିଁ ଜୀବନ
 କେବେ ଶାରଦୀୟ ଶୀତଳ ଶଶି ହିଁ ମାସ ଆଶ୍ବିନ
ପୁଣି ଜ୍ୟୋତ୍ସ୍ନା ବିଧୌତ ରଜନୀରେ
ହୀରା ମୋତି ମାଣିକ ଉତ୍ଖନନ ଉତ୍ତୋଳନ
 ବୋଧେ ଖରା ଛାଇର ଯଷ୍ଟି ହିଁ ଜୀବନ

 କେବେ ହାଡ଼ଭଙ୍ଗା ଶୀତର ଚାଦର ହିଁ ଜୀବନ କେବଳ
 ହେମନ୍ତ ସକାଳର ଟୋପା ଟୋପା କାକର
କେବେ ସୁବର୍ଣ୍ଣ ଶସ୍ୟରେ ହସୁଥିବା କେଦାର
ବୋଧେ ହସ ଲୁହର ସରବତ୍ ହିଁ ଜୀବନ

 ଅନବରତ ଆତଯାତ ପ୍ରକୃତିଚକ୍ର
 ବାଁୟା ଡାହାଣିଆ ବଦଳ ପରି ହଳ କରନ୍ତି
 ଋୁତୁଚକ୍ର ଏବଂ ଜୀବନଚକ୍ର
 ଦୁହେଁ ପରିପୋରକ ଅଖ ଚକ ପରି
ସନ୍ତୁଳନ ରକ୍ଷା କରନ୍ତି ଅବସ୍ଥାଚକ୍ର

 ବିଗଡି ଗଲେ ଉପରୋକ୍ତ ସମୀକରଣ
ଜୀବନ ହୁଏ ଦୁର୍ବିସହ ଜଞ୍ଜାଳମୟ
 ଋତୁ ହୁଏ ଅସହ୍ୟନୀୟ ଅବାଞ୍ଛନୀୟ


Rate this content
Log in

Similar oriya poem from Inspirational