STORYMIRROR

Kalpana Kumari Pradhan

Tragedy

3  

Kalpana Kumari Pradhan

Tragedy

ଅବଶୋଷ

ଅବଶୋଷ

1 min
200

ଆକାଶ ରେ ଜହ୍ନ ମାମୁଁ ଦେଖି କରେ ଅଳି

ଦୁଧ ଭାତ ଖାଇବି ମୁଁ ଜହ୍ନ ସାଥେ ଖେଳି l


ଜଳ ପୂର୍ଣ୍ଣ ଥାଳି ଥୋଇ ଜହ୍ନ ଆଲୁଅ ରେ

ଛାୟାଜହ୍ନ ଦେଖି କି ହରଷ ମୋହରି ମନରେ l


କେତେ ଅଳି ଅଝଟ କୁ  କରି ଗଳା ମାଳି

ପୂର୍ଣ୍ଣ କରଇ ସଦା  ବାପା ଙ୍କୁ ଠୁଁ ସହି ଗାଳି l

 

ଶୁଭାଶିଷ ମନାଶେ ଠାକୁର ଙ୍କ ପାସେ ବସି

ସଫଳତା ଦେଖି ମୋର  ଲଭେ କେଡେ ଖୁସି l


ଏକ ଦିନେ କୌତୁହଳେ  ମା କୁ କରେ ପ୍ରଶ୍ନ

କିବା ଅଭିଳାଷ ଅଛି ତୋର କରିବି ଦିନେ ପୂର୍ଣ୍ଣ l


ଶ୍ରୀରାମ କାହାଣୀ ଦେଖିପଡିଶା ଘର ଦୂରଦର୍ଶନ ରେ

ସାମର୍ଥେ  ଅର୍ଜିଣ   ଧନ   କ୍ରୟ କରିବୁ ଧନରେ l


ପୁଣି କହେ କିବା   ପ୍ରୟୋଜନ ଦୂର ଦର୍ଶନେ

ଲଭିବି ସକଳସୁଖ ଦେଖି ତୋର ଖୁସି ବଦନେ l


ମା ର ଆଶିଷେ  ଆଜି ଅର ଜିଛି ଅଚଳ ଧନ

ଗଢ଼ିଛି ସୁରମ୍ୟ ସଦନ ଖଞ୍ଜିଛି ପ୍ରତିକୋଣେ ଦୂରଦର୍ଶନ l


ସର୍ବଥାଏ ଅବିରତେ ହୃଦୟ ମୋ କର୍ତ୍ତିତ ପୀଡା ରେ

ଅଫେରା ରାଇଜେ ଫେରିଛି ମୋ ମା ନିସ୍ଵ କରି ସଂସାରେ l


ହତଭାଗ୍ୟେ ସକ୍ଷମ ନୋହିଲି ପୂରଣ କରି ସପନ

ବାଲ୍ୟ କାଳେ କୌତୁହଳେ କରିଥିଲି ଯାହା ପରସନ l


ନିରତେ ଲୋତକ ବାରିଧାରା ନୟନୁ ମୋ ଝରେ ଅବଶୋଷେ

ସ୍ନେହ ମୟୀ ମାତା ମୋର ତେଜିଲା ପ୍ରାଣ କାଳ ବସେ l


Rate this content
Log in

Similar oriya poem from Tragedy