STORYMIRROR

Renuka Samal

Classics

3  

Renuka Samal

Classics

ଅବଶୋଷ

ଅବଶୋଷ

1 min
166

ଆଜି ଶୀତ ସକାଳ ଟା ହଜମ କରୁଥିଲା,

ଯେତେ ସବୁ କୁହୁଡିକୁ ,

ସୂର୍ଯ୍ୟ ଖୁବ୍ ଅସହଯ ଭାବେ,

ଧିରେ ଧିରେ ଚଢୁଥିଲେ ବଉଦ ର ସିଡି,

ଫାଜିଲି ପ୍ରଜାପତିଗୁଡା

ଫୁଲ ସାଥି ଖେଳୁଥିଲେ ଲୁଚକାଳି,

ଶୋଷିନେଇ ତା ଦେହରୁ ଅମୃତର ଧାରା,

ବହଳ ଗହମି ନିଦରୁ ଦିନଟା

କଡ଼ ଲେଉଟେଉ ଥିଲା,

ଅଣ୍ଟିର ବସନାସବୁ ଆଖି ଠାର ମାରୁଥିଲେ, 

କୋହଲା ପାଗରେ ସ୍ମୃତିସବୁ

କବିତା ହୋଇ ଝରୁଥିଲା,

ଏବେବି ତୁମର ଉପସ୍ଥିତ

ସଂଦ୍ଧିଆନ ଲାଗୁଥିଲା ,

ତୁମକୁ ଚାହିଁ ଚାହିଁ କଢଉ ଥିବା

ଇଚ୍ଛସବୁ ବାସି ପାଖୁଡ଼ା ପାଲଟୁଥିଲେ,

 ପ୍ରତି ଟି ମୂହୁର୍ତ୍ତ ଦୁର୍ବିସହ ଜୀବନରେ

କାଳିମା ଢାଳୁଥିଲା,

ନିରିହ ନିରିମାଖି ମନଟି ମୋର,

ବଳକା ଉପାଦାନରେ ମରି ଶୋଉ ଥିଲା,

ଏବେ କାହିଁ ନିଃସର୍ତ ସ୍ୱପ୍ନ ମାନେ

ମୋ ଠିକଣା ଖୋଜି ଖୋଜି

ଫେରାର ରହୁଥିଲେ, 

ଅଳସ ପଣର ଘୁମନ୍ତ ରାସ୍ତା ରେ

ବହଳିଆ ଦୁଃଖର ପାଦତଳ ମାଟି

ଧୀରେ ଧୀରେ ତଳକୁ ଦବୁଥିଲା ,

ଜମାଟ ବନ୍ଧା ଜନ୍ତ୍ରଣା ସବୁ

ମୋତେ କ୍ଷତାକ୍ତ କରି ଚାଲିଥିଲେ,

ବାକି ଆୟୁଷଗୁଡା ଖସିଯିବାର

ପ୍ରତିଯୋଗିତା ରେ ଥିଲେ,

ଶେଷରେ ସ୍ଥିତିହୀନ ଜୀବନର

ଅନ୍ଧାରିଆ ପୂର୍ଣ ଛେଦ ପଡୁଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics