STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଅଭୟ ପୁର ମଣ୍ଡଳ

ଅଭୟ ପୁର ମଣ୍ଡଳ

1 min
13.7K


ସନ୍ଥକବି ଭୀମ ଭୋଇ


ଅଭୟ ପୁର ମଣ୍ଡଳ ନାହିଁ ଅନ୍ଧାର ଉଜ୍ଜ୍ୱଳ

ଅଜପା ଅଲେଖ ବ୍ରହ୍ମ ନାହିଁ ତାଙ୍କ ସ୍ଥିତି ଠୁଳ । ଘୋଷା ।


ନାମ ଯହିଁରେ ଦୁଆରୀ ଭରସା ଅଛି କାହାରି

ନିରାମୟ ବ୍ରହ୍ମ ଯେହୁ କି ମିଳିବ ଥଳକୂଳ ।।


ସୁସତ୍ୟ ଯହିଁରେ ଦୀପ ଲକ୍ଷ୍ୟ ଦେବା କେଉଁ ରୂପ

ଅକଳ୍ପଣା ଅଣାକାର ଆପେ ଆପଣେ ନିର୍ମଳ ।।


ଧର୍ମ ଯାର ବାମ କରେ ସେ କି କାହାକୁ ପଚାରେ

ଉଦେଛନ୍ତି ଏତେବେଳେ ବାନା କି ହେବ ବିଫଳ ।।


ସେବା ଯାର ନଖ କୋଣ ଭକ୍ତ ହେବ କେଉଁ ଜନ

ପାଇଛ ଦୁର୍ଲ୍ଲଭ ତନୁ ଆଶ୍ରିତ ହୁଅ ସକଳ ।।


ମୁକ୍ତି ଯାର ପୃଷ୍ଠ ଭାଗେ ସେ କି ଭାବ ଭକ୍ତି ମାର୍ଗେ

ଅଲେଖ ଯେବଣ ପଦ ଅଣଆକାରେ କୁଶଳ ।।


ଏବେ ସେହୁ ବ୍ରହ୍ମ ଦେଖ ପ୍ରବୁଦ୍ଧ ମୂରତି ରୂପ

କହେ ଭୀମ ଅରକ୍ଷିତ ସମସ୍ତେ ଧରିବା ଚାଲ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics