STORYMIRROR

Amit Bal

Abstract Classics Inspirational

3  

Amit Bal

Abstract Classics Inspirational

ଅଭୁଲା ସ୍ଥାନ

ଅଭୁଲା ସ୍ଥାନ

1 min
223

ଦଶ ମାସର ଅନ୍ଧାରି ନିବାସ ପରେ ପରେ

ଆଖି ଖୋଲିଲି ଯେବେ ଏ ସୁନ୍ଦର ମହୀରେ,

ମା' ମାଟିର ଭୁରୁ ଭୁରୁ ସ୍ବପ୍ନିଳ ସୁଗନ୍ଧିତ ମହକ

ମନେ ଭରିଦେଲା ଅସୁମାରୀ ପ୍ରୀତିର ପୁଲକ ,


ତାରା ଭରା ଆକାଶର ଅଗଣାରେ ସୁନ୍ଦର ଜହ୍ନ 

କେବେ ପୁଣି ବେଳାଭୂମିରେ ଉଛୁଳା ତରଙ୍ଗ

ବିମୋହିତ କଲା ମୋର ଏଇ ତନ ମନକୁ

ସୃଷ୍ଟିରେ ସ୍ରଷ୍ଟାର ପ୍ରତିଟି ମନଲୋଭା ରଙ୍ଗ,


କିନ୍ତୁ ଗାଙ୍ଗଟକ୍ ର ସେ ସ୍ନିଗ୍ଧଶୀତଳ ପରିବେଶ

ମୋ ଜୀବନେ ଭରିଦେଲା ଅପୂର୍ବ ଉଲ୍ଲାସ

ସତେକି ଅଭୁଲା ଅବିସ୍ମରଣୀୟ ଅନନ୍ଯ ସେ ସ୍ମୃତି

ଜୀବନ ରଙ୍ଗାୟିତ ହେଲା ଇନ୍ଦ୍ରଧନୁରଙ୍ଗେ ଯେମିତି,


କି ବିମୁଗ୍ଧ ବିମୋହିତ ସେ ସହରର ସୈାନ୍ଦର୍ଯ୍ଯତା

ପତ୍ର ସମୂହର ହାଲକାପଣ ତୁଷାରର ଶୀତଳତା

ଶିଶୁସୁଲଭ ନିରୀହତା କାକରର ଅଭିମାନ

ପ୍ରେମର ପୃଥିବୀରେ ଅଭୁଲା ସେ ଆତ୍ମୀୟ ପଣ ,


ସାରା ଆକାଶେ ମନ୍ତ୍ରମୁଗ୍ଧ ମେଘ ନା ମେଘମାସ

ସତେ ଯେମିତି ମୁଁ ସୈାନ୍ଦର୍ଯ୍ଯର ତୃଷାର୍ତ୍ତ ପୁରୁଷ

ହଜିଯାଏ ମଜ୍ଜିଯାଏ ସେ ଆଦିମ ଆକର୍ଷଣରେ

ଆଜି ବି ଭାସିଆସେ ଗାଙ୍ଗଟକ ଯେବେ ମୋ ସ୍ମୃତିରେ ....।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract