ଅଭୁଲା ସ୍ପର୍ଶ
ଅଭୁଲା ସ୍ପର୍ଶ


ଚୁପ ଚାପ ରାତିର ନିର୍ଜନ ବେଳାରେ,
ଆସିଥିଲ ପ୍ରିୟା ତୁମେ ଲୁଚି ନିରୋଳାରେ ।
ପବନରେ ଶୁଭୁଥିଲା ପ୍ରେମର ରାଗିଣୀ,
ଫୁଟିଥିଲେ କେତେ ରଙ୍ଗର ରଙ୍ଗଣୀ ।
ଛୁପି ଛୁପି ତୁମେ ପ୍ରିୟା ଆସିଥିଲ କାହିଁ,
ଜହ୍ନ ବି ଲୁଚି ହସୁଥିଲା ତୁମକୁ ଚାହିଁ ।
ସରମି ମୁହଁ ତୁମ ଦିଶୁଥିଲା ନାଲି,
କହିବ କହିବ ବୋଲି ଓଠ ପାରିଲନି ଖୋଲି ।
ଛୁଆଁରେ ଛୁଆଁରେ ତୁମେ ଏମିତି ଛୁଇଁଲ,
ଜାଣି ଜାଣି ମୋତେ ପ୍ରେମ ଜାଲରେ ବାନ୍ଧିଲ ।
ଚନ୍ଦ୍ରମା ପରି ଆଗୋ ଲାଗୁଥିଲ ତୁମେ,
ପବନର ଗୀତ ଶୁଭୁଥିଲା ଥିଲା ଆମରି ନାମେ ।
ଚାନ୍ଦିନୀ ରାତିରେ ଚନ୍ଦ୍ରଭାଗା କୂଳେ ବସିଥିଲେ ଆମେ ଯାଇ,
ତୁମେ କହୁଥିଲ ତୁମ ମନକଥା ମୁଁ ଶୁଣୁଥିଲି ମନଦେଇ ।
ଫିକା ଫିକା ଜହ୍ନ ରାତି ପ୍ରଣୟରେ ଲିପ୍ତ ଥିଲେ ଆମେ,
ମୁଁ ହଜିଥିଲି ତୁମ ବାହୁବନ୍ଧନରେ ହେଉଥିଲେ ଅମାନିଆଁ ଆମେ ।
ଏ କେମିତି ସମ୍ପର୍କ ଜାଣେନା ଦୁନିଆଁ ପାରିବକି ସହି,
କୁହ ପ୍ରିୟା ଜୀବନର ଶେଷ ଯାଏ ମୋର ଥିବ କି ହୋଇ ରହି ।
ତୁମେ ଛୁଉଁଥିବ ନିତି ତୁମର ଅଭୁଲା ଛୁଆଁରେ ହଜିଯାଉଥିବି ମୁଁ,
ସବୁଥାଇ ମୋର ନିଃସ୍ୱ ଆଜି କାହିଁକି ଲୋ ପ୍ରିୟା କହ ମୁଁ ।