STORYMIRROR

Harekrushna Deb Sahoo

Tragedy Inspirational

4  

Harekrushna Deb Sahoo

Tragedy Inspirational

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
287


ସ୍ମୃତି ଏକ ପୁରୁଣା ସିନ୍ଦୁକ,

ତୁମେ ତ ତାକୁ କେବେ ଖୋଳିନାହଁ ।

ସେଥିପାଇଁ ସ୍ମୃତି ଏକ ଅଛୁଆଁ, 

କନ୍ଧ ଲୋକ !

ତୁମ ପାଇଁ ଅଲୋଡା, 

ଅଳିଆ ଓ ପୁରୁଣା କାଠ ଖଣ୍ଡିକ। 

ତୁମେ ସିନା କହୁଛ-

'ସ୍ମୃତି ତା ବାପାଙ୍କ କାନମୋଡା,

ଇସକୁଲୁ ମାଷ୍ଟରଙ୍କ ନିର୍ଯ୍ୟାତନା।'

ମୁଁ କହିବି-

' ସ୍ମୃତି ଏକ କଳାପଟା ଯାହା 

ସାହିତ୍ୟ,ଇତିହାସ ଓ ଅତୀତର ଆଇନା,

ସବୁ ତୁମ ଚରିତ୍ର ଜଳଜଳ ଦେଖାଯାଏ ।

ବାପାବଉଙ୍କ ସ୍ନେହ,ପ୍ରେମ,ଅମୃତ ଭାବନା।'

ବିଶ୍ବାସ ହୃଦୟେ ଜନ୍ମେ, 

ସଭାମଧ୍ୟେ ଚାଷୀ ପିନ୍ଧିଥାଏ ମୁଣ୍ଡେ

ପଗଡି ଓ ଦେହେ ଢିଲା ପାଇଜାମା। 

ନୁହେଁ ସେ ଛିଣ୍ଡା କନା 

ନ ହୋଇ ଅଣନିଃଶ୍ବାସ

ବିଶ୍ଵକୁ ଯୋଗାଇ ଥାଏ 

ଅର୍ଣ୍ଣ ବସ୍ତ୍ର ସଙ୍ଗେ ପବିତ୍ର କର୍ମର, 

ମୁଠାଏ ଦାନା 

ସ୍ମୃତି ଏକ ଖଳାର ଖଳାଏ ସୁନା।

ନିରିହ ଝିଅଟା ଖୋଜେ 

ତା ପିଲାଦିନର ଅଭୁଲା ସିନ୍ଦୁକର

ଚାବି କାଠି କଣ୍ଢେଇ ଖେଳ 

ଭିଜା ଭିଜା ନଈକୂଳ 

ତତ୍ ସଙ୍ଗେ ଖେଳ ଆଲୁଅର ଛାଇ। 

 

ଠିକ୍ ସେହିପରି ମୁଁ ତ ଖୋଜୁଛି 

ତୁମକୁ ଆଲୋ ମୋ ମା' ସ୍ମୃତି !

ମୋ ଅଗଣାରେ, ଜହ୍ନ ଜୋଛନାରେ,

ତୁମେ ତ ଉଇଁଛ ଝିଅଟେ ପରି

ଆହା ମୋ ନୀଳ ନୟନ ପରୀ !

ପୁରୁଣା ସିନ୍ଦୁର କବାଟ ଖୋଲି। 

ନୂଆ ନୂଆ ଲାଗେ ଆଖିର ଆଗରେ,

ଖେଳିଯାଏ କେତେ ସପନ ଭରି

ତୁମ ପାଇଁ ସିନା କୁମୁଦ ଫୁଲକୁ, 

ସାଉଁଟି ଆଣିଛି ଆକଟ କରି। 

 ଉଛୁଳି ପଡ଼ୁଛି ମାଧୁର୍ଯ୍ୟ ମହକ

ଆଞ୍ଜୁଳାଏ ସ୍ମୃତି ବହନ କରି 

ମନର କଥା କି କହିବି ବନ୍ଧୁ ହେ

ଅନ୍ତର ଭରା ମୋ ପ୍ରେମ ପସରା,

ଗୋପନ କଥା କି କହିବି ସଙ୍ଗାତ, 

ଅତୀତ ସ୍ମୃତି ମୋ କରେ ଇସାରା। 

ଭଲ ପାଇବାକୁ ମନାକରେ ନାହିଁ 

ଗୀତ,ସଙ୍ଗୀତର ସାତସୁରେ। 

ହୃଦୟ କନ୍ଦରେ ଭରିଗଲେ ବ୍ୟଥା 

ସେବା,ମକରନ୍ଦ ଢାଳି ଧିରେ ।


ସ୍ମୃତି ଏକ ପଦ୍ମ ଫୁଲ 

ଫୁଟେ ଆଶାର ଅସୀମ ଆକାଶେ ।

ସ୍ମୃତି ଏକ ଶାମୁକାର ମୁକ୍ତା,

ପୁରୁଣା ସିନ୍ଦୁକରେ ସାଇତା 

ଅତୀତ ହୁଏ ଗୋଟି ଗୋଟି ଗୁନ୍ଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy