STORYMIRROR

Jasoda Majhi

Tragedy Others

4  

Jasoda Majhi

Tragedy Others

ଅଭୁଲା ଦିନ

ଅଭୁଲା ଦିନ

1 min
243

ମନେ ପଡେ ସେହି ଦିନ

ଯୋଉ ଦିନ ମତେ ଭୋକ ଲାଗିଲେ 

କଣ ଖାଇବ ବୋଲି ନିଜେ ନ ଖାଇ

ନିିିିଜେ ଖାଇବା ଖାଦ୍ୟକୁ 

ରଖି ଦେଉଥିଲୁ

ମୋ ପାଇଁll

ମନେ ପଡେ ସେହି ଦିନ

ଯୋଉ ଦିନ ମୋ ଭଙ୍ଗା କଣ୍ଢେଇକୁ

 ଯୋଡ଼ିବା ପାଇଁ ଅଠା ନ ଥିଲା ବୋଲି

ନିିଜ ହାତକୁ କଷ୍ଟ ଦେଇ ପାଲ ନଡ଼ାରୁ

ତିଆରି କରିିଦେଇ ଥିିିଲୁୁ ଗୋଟେ ସୁନ୍ଦର କଣ୍ଢେଇ

ମୋ ପାଇଁ ll

ମନେ ପଡେ ସେହି ଦିନ

ଯୋଉ ଦିନ ମୁଁ ଅବୁଝା ହେଇ କିଛି ଖାଉ ନ ଥିଲି ଆଉ ତୁ,

ଜହ୍ନ ଦେଖେଇ ଖୁୁୁଆଇ ଖୁୁୁଆଇ ଲୋରୀ ଗାଉଥିଲୁୁ  

ମୋ ପାଇଁ ll

ମନେ ପଡେ ସେହି ଦିନ

ଯୋଉ ଦିନ ନିଦ ନ ଆସିଲେ

ତୋ କୋଳରେ ମୁଣ୍ଡ ରଖି ଶୋଉଥିଲି 

ଆଉ ତୁ ମୋ ମୁଣ୍ଡ ଆଉଁସିି ଆଉଁସିି

ଗପ କହୁଥିିିଲୁ 

ମୋ ପାଇଁll

ମନେ ପଡେ ସେହି ଦିନ

ଯୋଉ ଦିନ ଫେରିବାଲା ଟିିଏ ଗାଁ କୁୁୁୁୁୁ ଆସିଲେ  

ଖେଲଣା କିଣି ଦେବା ପାଇଁ ଅଳି କରୁୁଥିଲି,,

ଆଉ ତୁ ପଇସା ନ ଥିଲା ବୋଲି

ଅନ୍ୟ ଲୋକଙ୍କଠୁୁ ଧାର ଆଣିଥିଲୁ

ମୋ ପାଇଁ ll

ମନେ ପଡେ ସେହି ଦିନ

ଯୋଉ ଦିନ ତୋ ଜୀବନର ଶେଷ ଦିନ

କ୍ଷଣ ମୁହୂର୍ତ୍ତର ବାର୍ତାଳାପ ଆମ ଭିତରେ 

ସୁଖ ଦୁଃଖକୁୁ ବଖାଣି କାନ୍ଦିଥିଲୁ ମୋ ପାଖରେ 

ଆଉ ମୋ ସାରା ଶରୀରକୁ ଆଉଁସି ଦେଇ

ଆଶୀର୍ବାଦ ଦେଇଗଲୁ 

ମୋ ପାଇଁ ll

ଆଜି ତୁୁ ନାହୁଁ ରହିଛିି ତୋର ସବୁୁ ସ୍ମୃତି

ଏ ଛାତି ଭିତରେ....


Rate this content
Log in

Similar oriya poem from Tragedy