STORYMIRROR

Anam Charan Sahoo

Classics

2  

Anam Charan Sahoo

Classics

ଅଭୁଲା ଅତୀତ

ଅଭୁଲା ଅତୀତ

1 min
337

ବିଜ୍ଞାନ ସମ୍ମାନ ଦ୍ବିତୀୟ ବରଷ

ସଙ୍ଗାତ ସହିତ ମିଶି

ବଣଭୋଜି ଏକ କଲୁ ଆୟୋଜନ

ନ ସରେ କହିଲେ ଖୁସି।

ହୋଇ ଏକ ମେଳି ଉଠି ବେଳାବେଳି

ବ୍ରାହ୍ମମୁହୂର୍ତ୍ତ ସମୟ

ସାରି ନିଜନିଜ ଶଉଚ,ସ୍ନାହାନ

ବେଶ ହେଲୁ ହୋଇ ଥୟ।

ଆବଶ୍ୟକ ଚିଜ କରିଥିଲୁ ସଜ

ବୋଲେରୋ ଗାଡ଼ିରେ ଚଳି

କୋଣାର୍କ ନିକଟ କୁଶଭଦ୍ରା ତଟ

ଆମରି ଗନ୍ତବ୍ୟ ସ୍ଥଳି।

ପହଞ୍ଚି ସେଠାରେ ମାତୃପୂଜା ପରେ

ଶେଷ କରି ଅଗ୍ନି ପୂଜା

ଭୋଜନ ପ୍ରସ୍ତୁତି କରିଲୁ ଝଟତି

ଉଡାଇ ବନ୍ଧୁତ୍ୱ ଧ୍ବଜା।

କେତେ ରସ ରଙ୍ଗ ହସଖୁସି ଗପ

ଥଟ୍ଟା ପରିହାସ ମଜା

ସାଙ୍ଗ ସହ ମୋର ଭାବ ବିନିମୟ

ହୃଦୟେ ଏବେବି ସଜ୍ଜା।

ମାନସ ପଟରେ ଏବେ ଉଙ୍କିମାରେ

ସେବେଳର ସପ୍ତରଙ୍ଗ

କୁଶଭଦ୍ରା ନୀର ନଉକା ବିହାର

ଅସ୍ତାଚଳ ଅସ୍ତରାଗ।

ସେଦିନର ସ୍ମୃତି ରଖିଛି ସାଇତି

ହୃଦୟ କୋଣରେ ମୋର

ସମୟ ମେଲାଣି ମାଗେ ଯେବେ ପୁଣି

ହୁଏ କେତେ ହତାଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics