STORYMIRROR

Puspanjali Panda

Classics

3  

Puspanjali Panda

Classics

ଅଭିଯୋଗ

ଅଭିଯୋଗ

1 min
150

 ଅଭିଯୋଗ ମଣିଷ ଜୀବନ ଅଭିଯୋଗ ଭରା

ଈଶ୍ବରଙ୍କ ପାଖେ ନିତି କରେ

ଆପଣା କର୍ମର ଫଳ ଭୋଗୁଥାଏ

ପ୍ରଭୁ ଙ୍କ ଈଛାରେ ହେଉଛି ବୋଲେ।


ଅଭିଯୋଗ ଯିଏ କରିବ ତାହାର

ସୁକର୍ମ ସୁଗୁଣ ମହକୁଥାଏ

ବିଭୂସୁମରଣେ ସବୁ ଭଲମନ୍ଦ

ଅର୍ପଣ କରି ଆଗେଇ ଯାଏ।


ସୁଖ ମିଳୁନାହିଁ ଶାନ୍ତି ଟିକେ ନାହିଁ

ଏମିତିକା ଅଭିଯୋଗ ର ଧାରା

ଅଳ୍ପରେ ସନ୍ତୁଷ୍ଟ ଛୋଟ ଜୀବନରେ

ସୁଖ ଶାନ୍ତି ମିଳେ ସୁନ୍ଦର ଧରା।


ଦୁଃଖ ସୁଖ ସମଭାବରେ ଦେଖିଲେ

ଅଭିମାନ ଅଭିଯୋଗ ର ସ୍ଥିତି

କେବେବି ଆସେନି ମଣିଷ ଜୀବନେ

ସେ ମଣିଷ ଯାଏ ସବୁଠି ଜିତି।


ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବଗ

ଫଳ ମିଳେକିବା ମନ ତାହିଲେ

ବିଭୂ ଶରଣରେ ପରିତ୍ରାଣ ମିଳେ

ସବୁ ଅଭିଯୋଗ କଟିବ ଭଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics