Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4  

kahnu charan sahu

Abstract

ଅଭିଶପ୍ତ ସ୍ବପ୍ନ

ଅଭିଶପ୍ତ ସ୍ବପ୍ନ

1 min
418



ନିଷ୍ଠୁର ସମୟ

ବୁଝିବାକୁ ଚେଷ୍ଟା କରେନି

ହୃଦୟେ ଅଙ୍କା ସ୍ବପ୍ନ !

ଏକକ ସ୍ୱପ୍ନରେ ସରୁଥିବା ସମୟ

ଭାଗ ବାଣ୍ଟିବାକୁ ହୁଏ ଏକତାରେ

ଏପଟେ ଲକ୍ଷ୍ୟ ପଥରୁ ଓହରି ଯିବାକୁ

ଅଣ୍ଟାଭିଡ଼ିବାରେ ବ୍ୟସ୍ତ

ପରିବେଶ, ପରିସ୍ଥିତି ଓ ଅର୍ଥ ।


ନିଜେ ତ ହସିହୁଏ

ଅନ୍ତରର ଅସଂଖ୍ୟ କୋହକୁ ଚାପି

କିନ୍ତୁ ସହି ହୁଏନି ଆପଣାର କେହି 

ସ୍ବପ୍ନରୁ ବିଚ୍ୟୁତ ହେବାର ଦେଖି ।

ଈଶ୍ୱର ବି କଠୋର

ତେଲିଆ ମୁଣ୍ଡରେ ଢାଳି ଚାଲନ୍ତି ତେଲ 

ହେଲେ ବୁଝନ୍ତିନି ଗରିବ ଖଟିଟିଆର ମୂଲ ।


କିଛି ସମୟର ବ୍ୟବଧାନରେ 

ଦେଖିଥିବା କ୍ଷୁଦ୍ର ସ୍ବପ୍ନଟିଏ ଫୁଟିବା ଆଗରୁ

ରାସ୍ତା ବଦଳେଇ ଦିଏ,

ଠିକ୍ ସେତିକି ବେଳେ 

ସ୍ବପ୍ନ ଅଭିଶପ୍ତ ପରି ମନେ ହୁଏ ।।


Rate this content
Log in

Similar oriya poem from Abstract