ଅଭିପ୍ରାୟେ କିଛି ଲେଖେ
ଅଭିପ୍ରାୟେ କିଛି ଲେଖେ
ଅଭିପ୍ରାୟେ ଲେଖେ କବିତା ମୁଁ କେତେ
ମାନ ଅଭିମାନେ ପୁଣି ;
ଜୀବନ ଯାତ୍ରାରେ ଲେଖନୀର ଧାରେ
ହସ କାନ୍ଦ ଭରେ ଜାଣି !1!
ସମାଜର ଛବି ଲେଖନୀରେ ଆଙ୍କି
ବିବାଦରେ ହୁଏ ଯୋଡି ;
ଅନ୍ୟାୟ ଅନୀତି ପାରେ ନାହିଁ ସହି
ନୀରବରେ କରେ ରଡି !2!
ଆଶା ଆକାଂକ୍ଷାର ନ୍ୟାୟର ବିଚାର
ନିଷ୍ପେସିତ ଠାରୁ ଦୂରେ ;
ସେଥିପାଇଁ ବୋଧେ ପ୍ରତିବାଦ କରେ
ଲେଖନୀର ଧାରେଧାରେ !3!
ଦୁର୍ବଳ ଉପରେ ସବଳ ପ୍ରହାର
ନିତି ଦେଖୁଛି ଏ ଆଖି ;
କେତେବା ସହିବ ନିରୀହ ମଣିଷ
ଧରମକୁ ରଖି ସାକ୍ଷୀ !4!
ଅତିଷ୍ଠ ହେଲିଣି ବ୍ୟଭିଚାର ଦେଖି
ନିରବୀ ଗଲାଣି କଣ୍ଠ. ;
ଲେଖନୀ ଫରଦ ହେଲାଣିତ ପୁର୍ଣ୍ଣ
ନାହିଁ ଆଉ ଅବଶିଷ୍ଟ. !5!
ରାକ୍ଷସ କବଳେ ଶିଶୁ ବଳିପଡେ
ଦୁଷ୍କର୍ମେ ବ୍ଯାଧିତ ହୋଇ. ;
ସେ ନରପିଶାଚ ବୁଝ ନାହିଁ ସତ
ରକ୍ତ ମାଂସ ଖାଏ ଝୁଣି !6!
ହେ ଶ୍ରେଷ୍ଠ ମାନବ ଧର୍ମକର୍ମ କର
ପାପର ବିଲୟ ହେବ. ;
ଆସିବ ସୁଦିନ ହେବ ସୁଖୋଦୟ
ସର୍ବୋତ୍ତମ ଅନୁଭବ. !7!
କବିତାର ପଂକ୍ତି ଅସମ୍ପୁର୍ଣ୍ଣ ଅଛି
ଜଞ୍ଜାଳରେ ତଵ କବି ;
ଅକୁହା କଥାବି ରହିଗଲା କିଛି
ନିଶ୍ଚୟମୁଁ ବଖାଣିବି !8!
