Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3.2  

Sadananda Sahoo

Inspirational

ଅଭିନନ୍ଦନ

ଅଭିନନ୍ଦନ

1 min
178



ସଦାନନ୍ଦ ସାହୁ ,

ଧୁରୁଷିଆ ,

କଟକ


ହେ' ଅଭିନନ୍ଦନ ସୁଯୋଗ୍ୟ ସନ୍ତାନ

ମାଅା ଭାରତୀର ପୁତ୍ର

ଅମ୍ଳାନ ପ୍ରତିଭା ଅଲିଭା ଏ'ଗାଥା

ମହା ସଂଘର୍ଷର ମିତ୍ର ! !


ବୀରତ୍ଵର ଚିତ୍ର କଲହେ ପ୍ରତୀତ

ବିମୋହିତ ସାରା ଵିଶ୍ଵ

ଶତ୍ରୁ ଦେଶପକ୍ଷ ହୋଇଲା ଆଶ୍ଚର୍ଯ୍ୟ

ଦେଖିତୁମ ଦେଶପ୍ରେମ ! !


ଆକାଶ ବିଭାଷ ଦୀପ୍ତିମାନ ତେଜ

ବାୟୁସେନା କର୍ଣ୍ଣଧାର

ଦୁଃର୍ଯ୍ୟୋଗ ବଶତଃ ଫଶିଗଲ ସତ୍ୟ

ନରମି ନଥିଲା ସ୍ଵର ! !


ଶତ୍ରୁନାଶ ପରେ ଯାନ୍ତ୍ରିକ ତୃଟିରେ

ଜଳିଗଲା ତୁମ ଯାନ

ଦୃଢ ମନୋବଳ କଲହେ ପୋଷଣ

ଏ'ଦୃଶ୍ୟ ମହାନଧନ ! !


ଆକାଶ ଛତ୍ରିରେ ଆସିଲ ସଅଳେ

ବୀରତ୍ଵର ଗାଥା ଗାଇ

ପାକିସ୍ଥାନ ହୀନ ଦେଲାହେ' କଷଣ

ଗୁପ୍ତ ତଥ୍ୟ ନେବାପାଇଁ ! !


ପ୍ରମାଣ ଆଭାଷ କରିଦେଲ ନଷ୍ଟ

ବିଚଳିତ ହେଲ ନାହିଁ

ଦେଶ ମାତୃକାର ସୁରକ୍ଷାଟା ବଡ଼

ସହଜେ ପାରିଲ କହି ! !


ଆଘାତ ପ୍ରହାର କଲା ପାକିସ୍ଥାନ

ରକତେ ଭିଜିଲ ଧନ

ସର୍ବଦେଶବାସୀ ଦେଲେହେ ସାବାସି

ତୁମେହିଁ ବୀରଅର୍ଜୁନ ! !


ଫେରିବ ନିଶ୍ଚିତ ହେ'ପରାଣ ମିତ

ସର୍ବକୁଶଳରେ ଆଜ

ମଙ୍ଗଳ କାମନା କରୁଚି ଏଦେଶ

ସ୍ଵାଗତରେ ସଜବାଜ ! !


ବନ୍ଧନ ମୁକତି ମନ୍ଦିରରେ ବତୀ

ଜାଳୁଚି ସାରା ଭାରତ

ହେ' ଅଭିନନ୍ଦନ ସର୍ବଜନ ମିତ

ଝୁରୁଚି ସରାଗେ ମାତ ! !


ସୁରକ୍ଷିତ ଭାବେ ଆସିବ ଭାରତେ

ଚାପ ଛାପ ଭାରତର ,

ବୈଦେଶିକ ଚାପ ବଢିବଢ଼ି ଚାଲେ

ପାକିସ୍ଥାନ ଥରହର ! !


ମହାନ ଯବାନ ବାୟୁସେନା ଧନ

ଶତ ଶତ ପ୍ରଣିପାତ ,

ଓ୍ଵାଘା ସୀମାନ୍ତର ପାଦଦେଲେ ତୁମେ

ପ୍ରତୀକ୍ଷାର ହେଵଅନ୍ତ ! !


ଅଭିନନ୍ଦନର ଶୁଭେଚ୍ଛା ପରବ

ପାଳିବ ଭାରତ ଆଜ

ଖୁସିହେବେ ମାତ ଖୁସି ହେବେ ବାପ

ଅଭିତୁମେ ଚିର ସୂର୍ଯ୍ୟ ! !


Rate this content
Log in

Similar oriya poem from Inspirational