STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅଭିନବ ଖେଳ, ଖେଳ

ଅଭିନବ ଖେଳ, ଖେଳ

1 min
372


ଏଇତ ଜୀବନ ଖେଳ

ଆଲୁଅ ଅନ୍ଧାର ସତ ମିଛ ର ଏ

ମିଛ ମାୟା ର ସଂସାର  ।।


ଆହା କି ବଡେଇ

 ଅଢେଇ ଦିନକୁ

କ୍ରୋଧ ହିଂସା ରେ ଜର୍ଜର

ବିଗିଡି ଯାଉଛି

 ସଜାଇ ହେଉନି

ସମାଜ ହୁଏ ଦୁର୍ବଳ

କାଳ ସମ କେତେ

 ଅପକର୍ମେ ନର

ବୁଣିଦିଏ ହଳାହଳ ।।


କେତେ ଅପକର୍ମ

 କେତେଯେ ଦୁଃଷ୍କର୍ମ

ଦେଖ ଘଟେ ବାରମ୍ବାର

ବଦଳି ଯାଇଛି

 ଅକାଳେ ପ୍ରକୃତି

ଈଶ୍ଵର ହୁଏ ନିଶ୍ଚଳ

ଜଳ ଜଳ ଦେଖେ

 ଜଳକା ମଣିଷ

ଘୋଟେ ଘନ ଅନ୍ଧକାର ।।


ମିଛ ଏଠି ସତ

 ମାୟାରେ ମୋହିତ

ଯେତେ ଯେତେ ଦୁରାଚାର

ଅସହିଷ୍ଣୁତାର

  ସୂରୁଯ ଉଦୟ

ଉଦୟାଚଳୁ ତା କର

ପ୍ରସାରି ଦେଉଛି

 ନିତି ରକ୍ତ ପାତ

ଭାଙ୍ଗଇ ସୁନା ସଂସାର ।।


କେତେ ଯେ ବଡେଇ

 କେତେ ପ୍ରତିପତ୍ତି

ହୋଇଯାଏ କ୍ଷଣେ ଜୁର

ତେବେରେ ମାନବ

  କିମ୍ପା ଅଭିନବ

ଖେଳ ରଚୁ ନିରନ୍ତର

ଭାଙ୍ଗରେ ସପନ

  ହୁଅ ସଚେତନ

ବଂଚି ରହୁ ବିଶ୍ଵପୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational