STORYMIRROR

Shashanka sekhar Ray

Classics Others

3  

Shashanka sekhar Ray

Classics Others

ଅଭିମନ୍ୟୁ

ଅଭିମନ୍ୟୁ

1 min
14.6K



ଶଶାଙ୍କ ଶେଖର ରାୟ


ଥନ ଭାଙ୍ଗି ଅମୃତରସ କରିଛି ମୁଁ ପାନ

ଦେହେ ମୋର ଶତସିଂହର ବଳ

ଗର୍ଭରୁ ଶୁଣିଛି ସବୁ ଚକ୍ରବ୍ୟୁହର ଭେଦ

ଜନ୍ମ ମୋର କରିବାକୁ ପରାଜିତ ସପ୍ତରଥୀଙ୍କୁ ।

ଅନ୍ୟାୟ ଅତ୍ୟାଚାର ସନ୍ତ୍ରାସବାଦର ଆତଙ୍କ

ଗୁଳିଗୋଳା ,ବର୍ଷଣ ,କଳାଧୂଆଁର ବାରୁଦଗନ୍ଧେ

ଲକ୍ଷ୍ୟଭେଦି ପ୍ରବେଶିବି କୁରୁକ୍ଷେତ୍ରେ ଅକ୍ଳେଶରେ

ଉଡାଇ ଫରଫର ସତ୍ୟନ୍ୟାୟର ବିଜୟଧ୍ଵଜାକୁ ।

କାପୁରୁଷ ରକ୍ତ ନାହିଁ ମୋ ଶିରା ଧମନୀରେ

ଧରି ମୁକ୍ତିର ମଶାଲ ବିପ୍ଳବର ମନ୍ତ୍ର ଗାଇ ଗାଇ

କଲମ ଅବା ବଲମ ମୂନେ ଶାନ୍ତି ଫେରାଇବି

ଶୋଷଣ ଲୁଣ୍ଠନ ଧର୍ଷଣ କଳାବଜାରୀ ଅନ୍ଧାରେ

ଆଣିବି ନୂତନ ସୂର୍ଯ୍ୟୋଦୟ ତୁମ ପାଇଁ

ଉଠ ଉଠ ଜାଗ ଥରେ ଦେଖ କେମିତି ଅହରହ

ସପ୍ତରଥୀମାନେ ଭାଙ୍ଗୁଛନ୍ତି ଏଠି ଯୁଦ୍ଧର ନିୟମକୁ ।

କୌରବର ଅନ୍ନେ ପ୍ରତିପାଳିତ ତଳୁ ଉପର ଯାଏଁ

ପିତାମହ ମାନେ ସବୁ ଦେଖି ନ ଦେଖିଲା ପରି ମୂକ

ସମୟର ରଥ ଚକ ତଳେ ପାରିବନି ମୋତେ ସହଜେ ମାରି

ଇଗଲ ସାଜି ଇତିହାସେ ଆସୁଥିବି ବାରମ୍ବାର ଝଡର ସାମ୍ନାକୁ ।


ମୋ - ୭୩୭୭୧୯୭୯୯୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics