STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ଅଭିମାନୀ ପ୍ରିୟା

ଅଭିମାନୀ ପ୍ରିୟା

1 min
211

ଅଭିମାନିନୀ ପ୍ରିୟା ମୋର ସିଏ

ଅଳ୍ପ ଟିକେ ଚୁଲୁବୁଲି

ଛୋଟ ପିଲା ପରି ଭାରି ସେ ଚଗଲି

ଟିକେ ପୁଣି ଲାଜକୁଳୀ

ଅଭିମାନ ତାର ସବୁ ମୋ ଉପରେ

ପାଣି ର ଫଟକା ପରି

ଦେଖିଦେଲେ ମତେ ସବୁ ଭୁଲିଯାଏ

ସବୁ ଦିଏ ସେ ପାସୋରି

ଅଭିମାନିନୀ ମୋ ପ୍ରିୟା କହିଦିଏ

ଛାଡିବୁନି କେବେ ହାତ

ସାରା ଜୀବନ ମୁଁ ଚାଲିବି ତୋ ସାଥେ

ହୋଇ ତୋ ଜୀବନ ମିତ

ଅଭିମାନ ତାର ସୁନା ରୂପା ନୁଁହ

ପ୍ରେମରେ ଦିପଦ କଥା

ପ୍ରେମଭରା ଟିକେ କଥା ହୋଇଗଲେ

ଭୁଲିଯାଏ ପଛ କଥା

କଇଁ କଇଁ ହୋଇ କାନ୍ଦି କହିଦିଏ

ତା ମନ ର ସବୁ କଥା

ଛାତିରେ ଆଉଜି ଦେଲେ ତାକୁ ଟିକେ

ଭୁଲି ଯାଏ ଦୁଃଖ ବ୍ୟଥା

ଛାଇ ଟିଏ ପରି ରହେ ମୋର ସାଥେ

ସବୁ ଦୁଖେ ସବୁ ସୁଖେ

ସାରା ଜୀବନ କୁ ହାତ ଧରି ତାର

ଚାଲିବାକୁ କୁହେ ମତେ


Rate this content
Log in

Similar oriya poem from Romance