ଅଭିମାନୀ ବର୍ଷା
ଅଭିମାନୀ ବର୍ଷା


ଆଜି ଆମ ଗାଁ ରେ ବର୍ଷା ହେଲା
ଗାଁ ଠୁ ସହର
ସହର ଠୁ ନଗର
ସବୁଠି ପାଣିର ସୁଅ ଛୁଟିଲା
ହେଲେ,ତୁମ ଗାଁ ଛଡା
ଅନ୍ୟ ସବୁଠି ବର୍ଷା ହେଲା ।
ଅମାନିଆ ବର୍ଷାଟା ଭାରି ଜିଦି କଲା
ଅବେଳରେ ଅସମୟରେ
ଅମାନିଆ ଲୁହ ଭଳି ଝରିପଡ଼ିଲା
ଗୁମସୁମ ବାଦଲ ଭିତରୁ
ରିମିଝିମ ହେଇ ଆକାଶୁ ଝରିଆସିଲା
ହେଲେ,ତୁମ ଗାଁ ଛଡା
ଅନ୍ୟ ସବୁଠି ବର୍ଷା ହେଲା ।
ବିଜୁଳି ଚକମକ୍ ହେଇ
ଆଲୁଅ ଜଳେଇ ବର୍ଷା
ନିଜ ଅସ୍ତିତ୍ବ ଜାହିର କଲା
ଘଡଘଡିର୍ ମୃଦଙ୍ଗ ବଜେଇ
ପାଉଁଜି ପିନ୍ଧି ଚାରିଆଡେ
ପ୍ରୀତି ନାଚରେ ବରଶି ଉଠିଲା
ହେଲେ,ତୁମ ଗାଁ ଛଡ଼ା
ଅନ୍ୟ ସବୁଠି ବର୍ଷା ହେଲା ।
ଚୁଲୁବୁଲି ବର୍ଷା ଆଜି
ମାନଖୋଲି ନାଚି ଉଠିଲା
ପବନରେ ଗୀତ ଗାଇ
ଧୂଳି ରାଶିର୍ ଝଙ୍କାରେ
ଚାରିଦିଗେ ଆଜି ନାଚିଉଠିଲା
ହେଲେ,ତୁମ ଗାଁ ଛଡା
ଅନ୍ୟ ସବୁଠି ଏଇ ଅଭିମାନୀ ବର୍ଷା ପଡ଼ିଲା ।