STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଇତି

ଇତି

1 min
434



ତୋ ପାଇଁ ସବୁ ସମ୍ପର୍କ 

କରିଛି ଆପଣା ,

ବାନ୍ଧିଛି ସଂଜ୍ଞାବିହୀନ 

ସମ୍ପର୍କ ରଜ୍ଜୁରେ

ଭାବନାର ମତୁଆଲା  

ମଧୁର ଫାଶରେ 

ତୋ ଠୁଁ ପ୍ରେମର ଆରମ୍ଭ ,

ନାହିଁ ଯାର ଇତି ,

କିମ୍ବା ଛଳନାର ପ୍ରୀତି

ଭାରି ଅବୁଝା 

ଏ ପ୍ରେମିକର ମନ

କେମିତି ଟଳିବ 

ଏ ବର୍ଷା ଓ ପବନ 

ସ୍ମୃତି ବହକାଇ ଦିଏ 

ସେଦିନ ସପନ 

ତୁଠ ପଥରରେ

ଗୋରା ଗୋରା ତୋର ପାଦ 

ଗୀତ ଗାଏ ରୁଣୁ ଝୁଣୁ 

ପାଦର ପାଉଁଜୀ ଝଙ୍କାର 

ପ୍ରିୟତମା ମୋର ବୋଲି

ବାରି ହୋଇ ପଡ଼

ଗାଁ ଲାଳନାଙ୍କ ଭିଡେ

ବ୍ୟତିକ୍ରମ ପ୍ରେମିକା ହିଁ ମୋର

ଏମିତି ଅନେକ ତାଡନା

କିଛି ଥିଲା ବାସନ

ାର 

କେତେ ଯେ କଳନା

ମଧୂପବି ଚେତା ଶୂନ୍ୟ 

ପଦ୍ମ ପାଖୁଡ଼ାରେ

ପ୍ରେମ କି ଶାଶ୍ଵତ 

ବିଲ୍ଵ ମଙ୍ଗଳ ଶାସ୍ତ୍ରରେ !!

ପ୍ରେମ ସିନା 

ବ୍ୟତିକ୍ରମ ବୋଲି ଜଣାପଡେ

ପ୍ରେମ ଏକ ନିର୍ବାଣର ପଥ

ଭାବନାରେ କିମ୍ବା ସାନ୍ନିଧ୍ୟ ରେ

ଏକରୁ ଆରେକ 

କେବେ ଭଲପାଇବାର 

ବଜ୍ର ଶପଥ ତ 

ପୁଣି କେବେ 

ଚେତନାରୁ ମହାଚେତନାକୁ ପହଞ୍ଚିବା ମାର୍ଗ ସେମିତି ଦେଖାଏ ପୁଷ୍ପକ ବିମାନ ନେଇ

ଜୀବନ ପରଖେ 

ମୃତ୍ୟୁକୁ ସାମ୍ନାରେ ରଖି

ପରଶେ ଚରମ ସମନ 

ଅନିର୍ବାଜ୍ୟ ମୃତ୍ୟୁ ସିନା

ପ୍ରେମ ନିର୍ବିକାର....

ପରିବ୍ରାଜକ ସେ

ସିନ୍ଦୁର ଲହଡ଼ି ପରି

କେବେ ମଳୟ ଭିନ୍ନ ବସନ୍ତର

ଅନୀର୍ବାଜ୍ୟ ସବୁ ଜୀବନରେ


Rate this content
Log in

Similar oriya poem from Romance