STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ମୁଖାପିନ୍ଧା ମଣିଷ

ମୁଖାପିନ୍ଧା ମଣିଷ

1 min
8

ମୁହେଁ ରାମ ରାମ ଭିତରେ ହାରାମ

ଥାଏ ଟି ଯିଏ ସେ ରହି

ସମୟ ଆସିଲେ ମୂଳ ସୁଧ ସହ

ଦେଇଥାନ୍ତି ଶାସ୍ତି ବିହି ।


ମଣିଷ ହେଇକି ମଣିଷର ପୁଣି

ଅମଙ୍ଗଳ ଚିନ୍ତେ ଯିଏ

ଜଗତର କର୍ତ୍ତା ସକଳ ଈଶ୍ୱରୁ

ବେଳୁହୁଁ ଫଳ ସେ ପାଏ ।


ରକ୍ତ ମାଂସ ଗଢ଼ା ଶରୀରକୁ ନେଇ

ଅହଙ୍କାର ଭାବ କେତେ

କ୍ଷଣ ଭଙ୍ଗୁର ମାଟିପିଣ୍ଡୁଳାଟି

ମାଟିରେ ମିଶିବ ସତେ ।


ଆଜିର ମଣିଷକୁ ଭୟଲାଗେ ପୁଣି

ରୂପ ହାବଭାବ ଦେଖି

ମୁହଁରେ ମଧୁର ଭିତରେ ଅଙ୍ଗାର

ଜାଣି ହୁଏ କି ଲକ୍ଷ୍ୟ ରଖି ।


ମଣିଷ ମାତ୍ରକେ ମାରାତ୍ମକ ପ୍ରାଣୀ

ହୁଏ ନାହିଁ ଦେଖି ଚିନ୍ହି

ନିଜକୁ ନ୍ ଦେଖି ଅନ୍ୟ ଦୋଷ ଗୁଣ

ବାଛୁଥାଏ ହୋଇ ତୁନି ।


ମଣିଷକୁ ବିହି ଗୋଟିଏ ଭାରରେ

ଦୁଇ ପଲ୍ହା ଦେଇଥାଏ

ଆଗ ଭାରକୁ ଦେଖି ବାଛି ବାଛି

ପଛ ଭାର ଭୁଲିଯାଏ ।


ନିଜର ଦୋଷ ଯେ ଦୋଷ ତ୍ ନୁହଇ

ପର ଦୋଷ ଅପରାଧ

ସେମିତିକା ନର ଏ ଭଵ ସଂସାରେ

ନିହାତି ହିଁ ନିରବୋଧ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy